ମୁମ୍ବାଇ: ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହରି। ଏହି କିଲର ଭାଇରସରେ କବଳରେ ଏବେ ବଲିଉଡର ଅନେକ ବଡ ବଡ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ପଡିଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ତଥା ଦଙ୍ଗଲ ଗାର୍ଲ ଫାତିମା ସନା ଶେଖ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ତେବେ ମହାମାରୀର ଆକ୍ରାନ୍ତ ହେବା ପରେ ସେ ଏହାର ଭୟଙ୍କର ଅନୁଭୂତି ବଖାଣିଛନ୍ତି।
କରୋନା ଯୋଗୁଁ ସେ ନିଜ ଶୁଙ୍ଘିବା ଓ ସ୍ୱାଦ ଚାଖିବା ଶକ୍ତି ହରାଇଛନ୍ତି। ଏଥିସହ ସେ ତାଙ୍କ ପୁରା ଶରୀରରେ ଭୟଙ୍କର ଯନ୍ତ୍ରଣା ଅନୁଭବ କରୁଥିବା ନେଇ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ସେଆର କରି କହିଛନ୍ତି।
ଫାତିମା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, କରୋନା ଯୋଗୁଁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି। କରୋନାର ସବୁ ଲକ୍ଷଣ ତାଙ୍କ ଦେହରେ ଦେଖା ଦେଇଛି, ଯାହା ସବୁଠାରୁ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଫାତିମା ଘରେ ରହି କରୋନା ସହ ଲଢ଼େଇ କରୁଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଛି। କରୋନାର ସବୁ ନିୟମ ମଧ୍ୟ ସେ ପାଳନ କରୁଥିବା କହିଛନ୍ତି। ଗତ ସପ୍ତାହରେ ହିଁ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଭିନେତ୍ରୀ ଫାତିମା। ଏନେଇ ସେ ନିଜେ ସୂଚନା ଦେଇଥିଲେ।
ସୂଚନାମୁତାବକ ଫିଲ୍ମ `ଦଙ୍ଗଲ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଆଗକୁ ତାଙ୍କ ଅପ୍କମିଂ ଫିଲ୍ମ `ଅଜିବ ଦାସ୍ତାଁ’ରେ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତା କରୋନ ଜୋହରଙ୍କ ପ୍ରଡକ୍ସନରେ ତିଆରି ଏହି ଫିଲ୍ମ ନେଟ୍ଫ୍ଲିକ୍ସରେ ଆସନ୍ତା ୧୬ ତାରିଖରେ ରିଲିଜ ହେବ।
The post କରୋନାର ଭୟଙ୍କର ଅନୁଭୂତି ବଖାଣିଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/3mfaDPh
No comments:
Post a Comment