ତାଇୱାନ: ମର୍ମନ୍ତୁଦ ରେଳ ଦୁର୍ଘଟଣା। ଲାଇନଚ୍ୟୁତ ହୋଇ ଓଲଟି ପଡିଲା ଯାତ୍ରୀବାହୀ ଟ୍ରେନ୍। ଏଭଳି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି ପୂର୍ବ ତାଇୱାନରେ। ଏହି ଦୁର୍ଘଟଣାରେ ପ୍ରାୟ ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଗଣମାଧ୍ୟମ ଦେଇଥିବା ସୂଚନା ମୁତାବକ, ତାଇୱାନର ପୂର୍ବତଟ ନିକଟରେ ଆଜି ସକାଳୁ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା। ଶୁକ୍ରବାର ଟ୍ରେନ୍ଟି ତାଇପେଇରୁ ତାଇତୁଙ୍ଗକୁ ଯାତ୍ରା କରୁଥିଲେ। ଅଗ୍ନିଶମ ବିଭାଗର କହିବା ମୁତାବକ ଏଥିରେ ପ୍ରାୟ ୩୫୦ ଯାତ୍ରୀ ଥିଲେ। ଏକ ସୁଡଙ୍ଗ ଦେଇ ଅତିକ୍ରମ କରିବା ସମୟରେ ଟ୍ରନ୍ଟି ଟ୍ରାକ୍ରୁ ହଟିଥିଲା ଏବଂ ଲାଇନ୍ଚ୍ୟୁତ ହୋଇଯାଇଥିଲା। ଫଳରେ ଟ୍ରେନର ଅନେକ ବଗି ଓଲଟି ପଡିଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ସେଠାରେ ରେସ୍କ୍ୟୁ ଅପରେସନକୁ ଜାରି ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାଟି ତେରେକ୍ ଜର୍ଜ ଦର୍ଶନୀୟ ସ୍ଥାନ ନିକଟରେ ହୋଇଛି । ତେବେ ଆଜି ଗୁଡ ଫ୍ରାଇଡେ ଥିବାରୁ ସରକାରୀ ଛୁଟି ଥିଲା । ଗତ ୩ ଦଶକରେ ଏହା ଏକ ବଡ ଦୁର୍ଘଟଣା ବୋଲି ଚର୍ଚ୍ଚା ହେଉଛି ।
The post ଲାଇନ୍ଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍, ୩୬ ମୃତ appeared first on Odisha Reporter.
from Odisha Reporter https://ift.tt/3ufw0md
No comments:
Post a Comment