ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ

ନୂଆଦିଲ୍ଲୀ: ଗୁରୁବାର ଦିନ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଏହି ଦିନ ମୁମ୍ୱାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ତାହା ପୁଣି ପଡ଼ିଆ ବାହାରେ ଘଟିଥିବା ଏକ ଘଟଣାକୁ ନେଇ।

ମ୍ୟାଚ‌୍‍ ପରେ ସୂର୍ଯ୍ୟ କୁମାର ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀଙ୍କୁ ଚୁମା ଦେଇଥିଲେ। ଆଉ ଏହାର ଫଟୋ ସୋଶାଲ‌୍‍ ମିଡିଆରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା।

ସୂର୍ଯ୍ୟକୁମାର ସାମାଜିକ ଦୂରତା ରକ୍ଷା କରି ତାଙ୍କ ପତ୍ନୀଙ୍କୁ ଚୁମା ଦେଇଥିଲେ। ନା, ଆପଣମାନେ ଯେମିତି ଭାବୁଛନ୍ତି ସେମିତି ନୁହେଁ। ସେ ତାଙ୍କ ପତ୍ନୀଙ୍କୁ ଆଦୌ ଫ୍ଲାଇଂ କିସ‌୍‍ ଦେଇ ନଥିଲେ।

ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ମଧ୍ୟରେ ଥିଲା ଏକ କାଚର କାନ୍ଥ। ଗୋଟିଏ ପାର୍ଶ୍ୱରେ ସୂର୍ଯ୍ୟକୁମାର ଥିଲେ ଓ ଅନ୍ୟ ପାଖରେ ଥିଲେ ତାଙ୍କ ପତ୍ନୀ। ଦେବୀଶା କାଚର କାନ୍ଥରେ ନିଜ ଗାଲକୁ ଲଗାଇ ଦେଇଥିଲେ ଓ ଅନ୍ୟପଟରେ ଥିବା ସୂର୍ଯ୍ୟକୁମାର ସେହି ସ୍ଥାନରେ କାଚ ଉପରେ କିସ‌୍‍ କରିଥିଲେ।

ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା। ସେହିପରି ପୂର୍ବତନ କ୍ରିକେଟର ଜାହିର ଖାନଙ୍କ ପତ୍ନୀ ସାଗରିକା ମଧ୍ୟ ଏହି ଫଟୋକୁ ଶେଆର କରିଥିଲେ।

ଗୁରୁବାର ସୂର୍ଯ୍ୟକୁର ୧୦ଟି ବଲରୁ ୧୬ ରନ ସଂଗ୍ରହ କରିଥିଲେ। ଭଲ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ ରନ‌୍‍ କରିପାରି ନଥିଲେ। କ୍ରିସ ମୋରିସଙ୍କ ବଲରେ ଜୋଶ ବଟଲରଙ୍କ ହାତରେ ସେ କ୍ୟାଚ‌୍‍ ଆଉଟ‌୍‍ ହୋଇଥିଲେ।

ସୂଚନାଯୋଗ୍ୟ, ଆଜି ମୁମ୍ୱାଇ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସକୁ ଭଟେିବ। ଦିଲ୍ଲୀରେ ଏହି ମ୍ୟାଚ ଖେଳାଯିବ।

The post ସୂର୍ଯ୍ୟକୁମାରଙ୍କ ଚୁମା ଫଟୋ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/2Sjq4er

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages