ପ୍ରଥମ ଥର ପାଇଁ ଚାରି ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ପ୍ରଥମ ଥର ପାଇଁ ଚାରି ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ୩ ହଜାର ଉପରେ ରହିଥିବା ବେଳେ ସଂକ୍ରମିତ ସଂଖ୍ୟା ମଧ୍ୟ ଚାରି ଲକ୍ଷ ଅତିକ୍ରମ କରିଛି। ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ୪,୦୧,୯୯୩ ଜଣ କୋଭିଡ୍ ପିଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୩,୫୨୩ ଲୋକ ସଂକ୍ରମଣରେ ମୃତ୍ୟୁ ଘଟିଛି। ଏବେ ୩୨,୬୮,୭୧୦ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ ଲକ୍ଷ ଲୋକ ମଧ୍ୟ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ କୋଭିଡ ସଂକ୍ରମିତ ସଂଖ୍ୟା ୧,୯୧,୬୪,୯୬୯କୁ ବୃଦ୍ଧି ପାଇଛି। ଯେଉଁଥିରେ ୨,୧୧,୮୫୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ୧,୫୬,୮୪,୪୦୬ ଲୋକ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଦ୍ୱାରା ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨୧ରେ ପ୍ରଥମ ଥର ପାଇଁ ୩ ଲକ୍ଷ ଉପରେ ଆକ୍ରାନ୍ତ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲେ। ଏହାପରେ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ପହଞ୍ଚିବାକୁ ୧୧ ଦିନ ଲାଗିଛି। ଅର୍ଥାତ୍ ବାର ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ବୃଦ୍ଧି ପାଇଛି। ଏପ୍ରିଲ ୨୧ରେ ମୃତ୍ୟୁ ସଂଖ୍ୟା ୨,୦୯୧ ଥିଲା। ଏବେ ୧୧ ଦିନ ପରେ ମୃତ୍ୟୁ ସଂଖ୍ୟା ୩,୫୨୩ ରହିଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପୁଥିବା ଦେଖି ବିଭିନ୍ନ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଜାରି ରହିଛି। ଏହାପରେ ବି ସଂକ୍ରମିତଙ୍କ ସଂଖ୍ୟା କମିବା ଉପରେ ଲଗାମ ଲାଗୁ ହୋଇପାରୁନି। ଯାହାକି ଏହି ଭାଇରସର ଦୌରାତ୍ମ୍ୟକୁ ପ୍ରକାଶ କରିଛି।

The post ପ୍ରଥମ ଥର ପାଇଁ ଚାରି ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3nE4MDR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages