ଦୟନୀୟ ସ୍ଥିତି: ବେଡ୍‌ ଆଶାରେ ଆମ୍ବୁଲାନ୍ସରେ ଅପେକ୍ଷା କରିଛନ୍ତି କରୋନା ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ଦୟନୀୟ ସ୍ଥିତି: ବେଡ୍‌ ଆଶାରେ ଆମ୍ବୁଲାନ୍ସରେ ଅପେକ୍ଷା କରିଛନ୍ତି କରୋନା ରୋଗୀ

ଗୁଜରାଟ: କରୋନାର କରାଳ ରୂପ। ୧୦୦ ସ୍ପିଡ୍‌ରେ ମାଡି ଚାଲିଛି ମହାମାରୀ। ଦେଶରେ ଦିନକୁ ଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖା। ଫଳରେ ସ୍ଥିତି ବେକାକୁ ହେବାରେ ଲାଗିଛି। ହସ୍ପିଟାଲରେ ଆଉ ଖାଲି ନାହିଁ ବେଡ୍‌। ହସ୍ପିଟାଲ କ୍ୟାମ୍ପସ ବାହାରେ ଲାଗିଛି ଆମ୍ବୁଲାନ୍ସର ଲମ୍ବା ଲାଇନ୍‌ । ବେଡ୍‌ ଆଶାରେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୀର୍ଘ ସମୟ ଧରି ଅପେକ୍ଷା କରି ବସିଛନ୍ତି କରୋନା ରୋଗୀ। କରୋନାର ଏଭଳି ଏକ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି ଅହମ୍ମଦାବାଦରୁ।

ଗୁଜରାଟ ଅହମ୍ମଦାବାଦର ବଡ ହସ୍ପିଟାଲ କୁହାଯାଉଥିବା ସିଭିଲ୍‌ ହସ୍ପିଟାଲରୁ ଆସିଛି ଏଭଳି ଚିତ୍ର। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସ୍ଥିତି ବେକାକୁ ହେବାରେ ଲାଗିଛି। ହସ୍ପିଟାଲରେ ଥିବା ୧୨ଶହ ବେଡ୍‌ ଫୁଲ୍‌ ହୋଇସାରିଲାଣି। ବେଡ୍‌ ଖାଲି ନଥିବାରୁ ହସ୍ପିଟାଲ ବାହାରେ ଆକ୍ରାନ୍ତମାନେ ଆମ୍ବୁଲାନ୍ସରେ ଅପେକ୍ଷା କରି ବସିଛନ୍ତି। ଆମ୍ବୁଲାନ୍ସ ଭିତରେ ହିଁ ରୋଗୀମାନନଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଉଛି।

ହସ୍ପିଟାଲରୁ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଅହମ୍ମଦାବାଦ ସମେତ ସୁରଟ, ରାଜକୋଟ ଆଦି ସହରରେ ମଧ୍ୟ ସମାନ ସ୍ଥିତି ରହିଛି। ଏଠାରେ ମଧ୍ୟ ପ୍ରତିଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ହସ୍ପିଟାଲରେ ବେଡ୍‌ ସଂଖ୍ୟା କମିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଗୁଜରାଟରେ ଏବେ କରୋନା ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିଚାଲିଛି। ଏଠାରେ ୨୪ ଘଣ୍ଟାରେ ୬୦୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୫୫ ଜଣଙ୍କ ମୃତ୍ୟୁ ହୋଇଛି। ୩୦,୬୮୦ ଆକ୍ଟିଭ କେସ୍‌ ରହିଛି।

The post ଦୟନୀୟ ସ୍ଥିତି: ବେଡ୍‌ ଆଶାରେ ଆମ୍ବୁଲାନ୍ସରେ ଅପେକ୍ଷା କରିଛନ୍ତି କରୋନା ରୋଗୀ appeared first on Odisha Reporter.



from Odisha Reporter https://ift.tt/3dcVWtd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages