ହାଇଦର ପାଖକୁ ବାରମ୍ବାର ଯାଉଥିଲା, ବିରିୟାନୀ ଦେଉଥିଲା; ଗିରଫ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ହାଇଦର ପାଖକୁ ବାରମ୍ବାର ଯାଉଥିଲା, ବିରିୟାନୀ ଦେଉଥିଲା; ଗିରଫ ହେଲା

କଟକ(ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇ ଗତ ଶନିବାରଠାରୁ ଫେରାର୍ ହୋଇଯାଇଥିବା ବେଳେ ତା’ ଟେର ପାଇପାରୁନି ପୁଲିସ୍‌। ତାକୁ ଧରିବାକୁ ଓଡିଶା ପୁଲିସ  ‘ଅପରେସନ ହାଇଦର’ ଜାରି କରି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିଲେ ମଧ୍ୟ  ଏପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନି।  ଏହାରି ଭିତରେ ଗତକାଲି ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍  ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ତାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ୍‌। ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଥିବା ବେଳେ ୟାକୁବ ସୂଚନା ଆଧାରରେ ହାଇଦର ନିକଟରେ ପହଞ୍ଚିବାକୁ ପୁଲିସ୍‌ ଆରମ୍ଭ କରିଦେଇଛି ଗେମ୍‌ ପ୍ଲାନ୍ ।

ୟାକୁବ SCBରେ ହାଇଦରକୁ ବହୁବାର ଭେଟିବା ସହ  ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୁଲିସକୁ ସହଯୋଗ କରିବ ବୋଲି କହିଛି। ହାଇଦର ଏବେ କେଉଁଠି, ରାଜ୍ୟ ଭିତରେ ନା ବାହାରେ ସେ ନେଇ କୌଣସି ବି ସୂଚନା ମିଳିପାରିନି।  କେମିତି ଓ କାହା ସହ ଗଲା ତାର ତନାଘନା କରୁଛି ପୋଲିସ ।  ସ୍ୱତନ୍ତ୍ର ଟିମ କରି ରାଜ୍ୟ ପୁଲିସ୍‌ ଖାନତଲାସି ଚଳାଇଥିବା ବେଳେ ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଯାଇଛି

ସୂଚନାଯୋଗ୍ୟ, ହାଇଦରର ଦୀର୍ଘ ଦିନର ସହଯୋଗୀ ୟାକୁବ ହାଇଦର ଫେରାର ହେବା ଦିନ ତାକୁ ବିରିୟାନୀ ଦେଇଥିଲା। ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍‌ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି । ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା । ସେଠାରେ ହାଇଦରର ପୁଅ ସହ ଦେଖା ଦୋଇଥିଲା । ୟାକୁବ ସେବାଠୁ ଠାରୁ ହାଇଦର ସଂପର୍କରେ ଆସି ତା’ ଗ୍ୟାଙ୍ଗରେ ବି ସାମିଲ ହୋଇଥିଲା ।

ହାଇଦରର ଅପରାଧିକ କାର୍ଯ୍ୟକଳାପକୁ ବୁଝୁଥିଲା ୟାକୁବ। ୟାକୁବ ନାଁରେ କଟକର ବିଭିନ୍ନ ଥାନାରେ ଦାଦାବଟି, ଡକାୟତି ଭଳି ଅନେକ ମାମଲା ରହିଛି।  ତେବେ ହାଇଦର ସହିତ କେତେ ଦିନ ଧରି ଯୋଗାଯୋଗରେ ଥିଲା ୟାକୁବ,  ହାଇଦର ସହ ମିଶି କେତେଦିନ ହେଲା କଟକରେ କ୍ରାଇମ ନେଟ୍ଓ୍ୱର୍କ ଚଳାଇଥିଲା ତାକୁ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଯେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତ ଶନିବାର କଟକ ବଡ଼ ମେଡିକାଲରୁ ହାଇଦର ଚମ୍ପଟ ମାରିଥିଲା।  ତାକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।

୨୦୦୫ ମସିହାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର ସମେତ ଅନ୍ୟ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ ମସିହାରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର‌ର ସମ୍ପୃକ୍ତି ଥିବା ସାମ୍ନାକୁ ଆସିଲା। ଏହା ପରେ ପୁଲିସ ତାକୁ ଗିରଫ କରିଥିଲା।

୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ‌ନହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେ ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଛି। ଏବେ ତାକୁ ଧରିବା ପାଇଁ ସୀମା ସିଲ୍‌ କରି ଖୋଜୁଛି।

The post ହାଇଦର ପାଖକୁ ବାରମ୍ବାର ଯାଉଥିଲା, ବିରିୟାନୀ ଦେଉଥିଲା; ଗିରଫ ହେଲା appeared first on Odisha Reporter.



from Odisha Reporter https://ift.tt/2Rqx4FH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages