ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ ଚିହ୍ନଟ ହେଲେ ୪୮୫୧ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ ଚିହ୍ନଟ ହେଲେ ୪୮୫୧ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଡ଼ି ଚାଲିଛି ମହାମାରୀ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ୫ ହଜାର ମୁହାଁ ହୋଇଥିବା ବେଳେ  ଉପରମୁହାଁ ରହିଛି ଗ୍ରାଫ।  ଗତକାଲି ରାଜ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୮୫୧ ରହିଛି।  ସେହିପରି ଗତକାଲି ପରି ଆଜି ବି ରାଜ୍ୟରେ  ୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ଚିହ୍ନଟ ୪୮୫୧  ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ାରୁ ୪୮୬ ଓ ବରଗଡ଼ ଜିଲ୍ଲାରୁ ୩୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୫୨,  ଭଦ୍ରକରୁ ୭୩, ବଲାଙ୍ଗିରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେବଗଡ଼ ଜିଲ୍ଲାରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମର ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦,  କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୧୬୬,  କୋରାପୁଟରୁ ୬୨, ମାଲକାନଗିରିରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬,  ପୁରୀରୁ ୨୨୩,  ରାୟଗଡ଼ା ଜିଲ୍ଲାରୁ ୮୫, ସମ୍ବଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୧୬, ଷ୍ଟେଟପୁଲରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହେଲେ।

୪୮୫୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୮୨,୩୧୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୪୯,୩୭୭ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୩୦୯୨୭ ଆକ୍ଟିଭ କେସ୍‌ ରହିଛି।

The post ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ ଚିହ୍ନଟ ହେଲେ ୪୮୫୧ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/3v3dazh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages