ଫ୍ଲୋଏଡ ମୃତ୍ୟୁ ମାମଲା, ପୂର୍ବତନ ପୁଲିସ ଅଫିସର ଦୋଷୀ ସାବ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ଫ୍ଲୋଏଡ ମୃତ୍ୟୁ ମାମଲା, ପୂର୍ବତନ ପୁଲିସ ଅଫିସର ଦୋଷୀ ସାବ୍ୟସ୍ତ

ଓ୍ୱାଶିଂଟନ: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ଘଟଣାରେ ପୂର୍ବତନ ମିନେପଲିସ୍ ପୁଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ୪୫ ବର୍ଷୀୟ  ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାର ଶୁଣାଣି ବେଳେ ୧୨ ଜଣ ବିଚାରପତି ଉପସ୍ଥିତ ଥିଲେ। ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ।

ସେପଟେ ଆମେରିକା ପୁଲିସ ଅଫିସର ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍।  ସେ ଟ୍ୱିଟ୍ କରି କହିଛନ୍ତି ଏହି ଶୁଣାଣି ପରେ ଜର୍ଜ ଆମ ନିକଟକୁ ଫେରି ଆସିବେ ନାହିଁ। ଜର୍ଜ ମୃତ୍ୟୁ ପୂର୍ବରୁ କହିଥିବା ଉକ୍ତିକୁ ଅଣଦେଖା କରାଯିବ ନାହିଁ କୌଣସି ପରିସ୍ଥିତିରେ ତାଙ୍କ ଉକ୍ତିକୁ ମରିବାକୁ ଦିଆଯିବ ନାହିଁ।

ମୃତ୍ୟୁ ପୂର୍ବରୁ ସେ ଶ୍ୱାସ ନେବାରେ କଷ୍ଟ ହେଉଥିବା ବାରମ୍ବାର କହିଥିଲେ। ମିନେପଲିସ ପୁଲିସ ଅଫିସର ଡେରେକ ଚୌଭିନ ଜଣେ କୃଷ୍ଣକାୟ ନାଗିରିକ ଜର୍ଜ ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଫ୍ଲଏଡଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇଥିଲେ।

ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ବିଚାରପତି ନ୍ୟାୟ ପ୍ରଦାନ କରିଛନ୍ତି। ହେଲେ ଦୋଷୀଙ୍କୁ ଅଧିକରୁ ଅଧିକ ଦଣ୍ଡିତ କରି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି ବାରାକ। ସେ ଓ ତାଙ୍କ ମିଚେଲ ଓବାମା କହିଛନ୍ତି ଫ୍ଲୋଏଡଙ୍କ ପରିବାର ସହିତ ତାଙ୍କର ସମବେଦନା ରହିଛି।

The post ଫ୍ଲୋଏଡ ମୃତ୍ୟୁ ମାମଲା, ପୂର୍ବତନ ପୁଲିସ ଅଫିସର ଦୋଷୀ ସାବ୍ୟସ୍ତ appeared first on Odisha Reporter.



from Odisha Reporter https://ift.tt/32xyBw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages