ନୂଆଦିଲ୍ଲୀ: ଗୋଟିଏ ପଟେ ଦିଲ୍ଲୀବାସୀ ମହାମାରୀ କରୋନ ସହ ଲଢ଼େଇ କରୁଥିବା ବେଳେ ଏଠାରେ କେନ୍ଦ୍ର ସରକାର ଆଣିଥିବା ସ୍ୱତନ୍ତ୍ର ଦିଲ୍ଲୀ ଆଇନ ଲାଗୁ ହୋଇଛି। ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ଆଇନ ୨୦୨୧ ଲାଗୁ ହୋଇଥିବାରୁ ଏଣିକି ଦିଲ୍ଲୀରେ ସରକାର ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ। ନିର୍ବାଚିତ ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କ କ୍ଷମତା ଅଧିକ ରହିବ। ଏପ୍ରିଲ ୨୭ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ, ଦିଲ୍ଲୀ ସରକାରର ଅର୍ଥ ଉପରାଜ୍ୟପାଳ। । ସେହିପରି ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ଉପ ରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଦିଲ୍ଲୀ ବିଧାନସଭା ଯେକୌଣସି ଆଇନ ପରିଣତ କରିବ, ସେଥିରେ ସରକାରଙ୍କ ଅର୍ଥ ଉପ ରାଜ୍ୟପାଳଙ୍କୁ ବୁଝାଇବ।
୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯାଇଛି। ବିଧାନସଭାରେ ବିଲ୍ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ ନା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ, ତା’ର ନିଷ୍ପତ୍ତି ନେବେ।
ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ଆଇନ ଲାଗୁ ହେବା କ୍ଷଣି ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଆଇନ କାଟ ଖାଇଯାଇଛି।
ନିର୍ବାଚିତ ସରକାରଙ୍କ ଠାରୁ କେନ୍ଦ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କୁ ଏହି ବିଲ୍ ଅଧିକ କ୍ଷମତା ଦେଉଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଥିଲେ। ପ୍ରବଳ ହୋହାଲ୍ଲା ମଧ୍ୟରେ ଲୋକସଭା ଓ ରାଜ୍ୟରେ ଏହା ପାରିତ ହୋଇଥିଲା।
ବିଲ୍ ରାଜ୍ୟସଭାରେ ପାସ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ, ରାଜ୍ୟସଭା ଜିଏନସିଟିଡି ବିଲ୍କୁ ଅନୁମୋଦନ କରିଛି। ଏହା ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖର ଦିନ। ଆମେ ଲୋକଙ୍କୁ କ୍ଷମତା ଦେବା ପାଇଁ ଆମ ସଂଘର୍ଷ ଜାରି ରଖିବୁ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆମେ ଲୋକଙ୍କ ପାଇଁ ଭଲ କାମ କରିଚାଲିବୁ। କୌଣସି କାମ ବନ୍ଦ ହେବନି କିମ୍ବା ଧିମା ପଡ଼ିବନି।”
ମାର୍ଚ୍ଚ ୨୨ରେ ଏହା ଲୋକସଭା ଓ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ଏହି ବଲ୍ ପାରିତ ହୋଇଥିଲା। ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଜାରି ବିଜ୍ଞପ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତରିକ୍ତ ସଚିବ ଗୋବିନ୍ଦ ମୋହନ ଦସ୍ତଖତ କରିଛନ୍ତି।
The post ଲାଗୁ ହେଲା ସ୍ୱତନ୍ତ୍ର ଦିଲ୍ଲୀ ଆଇନ, ଏଣିକି ସରକାରର ଅର୍ଥ ଉପରାଜ୍ୟପାଳ appeared first on Odisha Reporter.
from Odisha Reporter https://ift.tt/3sXyIvL
No comments:
Post a Comment