ମୁମ୍ୱାଇ: ଏନଆଇଏ ହେପାଜତରେ ଥିବା ମୁମ୍ୱାଇର ପୂର୍ବତନ ଏପିଆଇ ସଚିନ ବାଜେ ଏନଆଇଏ କୋର୍ଟକୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ, ପରିବହନ ମନ୍ତ୍ରୀ ଅନୀଲ ପରବ ତାଙ୍କୁ ବଟି ଆଦାୟ ପାଇଁ କହୁଥିଲେ ବୋଲି ଲେଖିଛନ୍ତି। ଆଉ ସେ ଏପିଆଇ ଭାବରେ ପୁନଃ ନିଯୁକ୍ତି ହୋଇଥିବାରୁ ଅନୀଲ ଦେଶମୁଖ ଲାଞ୍ଚ ମାଗିଥିଲେ। ନହେଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏହି ପଦବୀରୁ ହଟାଇ ଦେବେ ବୋଲି କହିଥିଲେ। ଆଉ ଏହା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଜାଣିଥିଲେ ବୋଲି ସଚିନ ବାଜେ ଚିଠିରେ ଲେଖିଛନ୍ତି। ସଚିନ ବାଜେଙ୍କର ଏହି ଚିଠି ଏବେ ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମୋଡ଼ ବଦଳାଇପାରେ। ଅନ୍ୟପଟେ ସିବିଆଇ, ଏନଆଇଏ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ବିଧାୟକ ତଥା ପରିବହନ ମନ୍ତ୍ରୀ ଅନୀଲ ପରବ। ସଚିନ ବାଜେ ଯେଉଁ ଅଭିଯୋଗ ତାଙ୍କ ଉପରେ ଆଣିଛନ୍ତି ତାହା ଭିତ୍ତିହୀନ ବୋଲି ଅନୀଲ ପରବ କହିଛନ୍ତି।
ସଚିନ ବାଜେ କୋର୍ଟକୁ ଚିଠି ଲେଖି ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ଉଲ୍ଲେଖ ରହିଛି, ଅନୀଲ ପରବ ୫୦ କୋଟି ଲାଞ୍ଚ ଦେଇ ଏସବିୟୁଟି ମାମଲାର ତଦନ୍ତ ବନ୍ଦ କରିବାକୁ କହିଥିଲେ। ସେହିପରି ବିଏମସିରେ ଥିବା ୫୦ ଠିକାଦାରଙ୍କ ପାଖରୁ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ ଅନୀଲ ପରବ କହୁଥିଲେ।
ଏବେ ମନ୍ତ୍ରୀ ଅନୀଲ ପରବ ଏହାର ଜବାବ ଦେଇଛନ୍ତି, ଏସବିୟୁଟି ଟ୍ରଷ୍ଟ ଲାଞ୍ଚ ମାମଲାରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ବଦନାମ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରାଯାଉଛି। ଦୁଇ ଝଅଙ୍କ ରାଣ ନିୟମ ପକାଇ ମନ୍ତ୍ରୀ କହିଛନ୍ତି ତାଙ୍କ ଉପରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ସମସ୍ତ ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି।
ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ଏହା ପଛରେ ବିରୋଧୀ ବିଜେପି ରହିଛି ବୋଲି ଅନୀଲ ପରବ କହିଛନ୍ତି। କିଛି ଦିନ ପୂର୍ବରୁ ସଚିନ ବାଜେ ପ୍ରସଙ୍ଗରେ ଆଉ ଜଣେ ମନ୍ତ୍ରୀ ପଦ ହରାଇବେ ବୋଲି କହିଥିଲା। ଏବେ ସଚିନ ବାଜେ ଜରିଆରେ ଚିଠି ଲେଖାଇ ବିଜେପି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଅନୀଲ ପରବ କହିଛନ୍ତି।
The post ‘ମୋ ଝିଅର ରାଣ ଖାଇ କହୁଛି ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ’ appeared first on Odisha Reporter.
from Odisha Reporter https://ift.tt/3d01Spf
No comments:
Post a Comment