ଟିକା ଅଭାବ କହି ନିଜର ବିଫଳତାକୁ ଲୁଚାଉଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ଟିକା ଅଭାବ କହି ନିଜର ବିଫଳତାକୁ ଲୁଚାଉଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ନାହିଁ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ ପରେ ଓଡ଼ିଶା ସରକାର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହାକୁ ନେଇ ଜବାବ ରଖିଛନ୍ତି। ସେ କହିଛନ୍ତି କରୋନା ମୁକାବିଲାରେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଟିକା ଅଭାବର ଅଭିଯୋଗ ଆସୁଛି। ଏଭଳି ପ୍ରୟାସ ନିନ୍ଦନୀୟ। କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଏବେ ଟିକାର ଅଭାବକୁ ନେଇ ଯେଉଁଭଳି ପ୍ରଶ୍ନ କରାଯାଉଛି ତାହା ଗ୍ରହଣୀୟ ନୁହେଁ। ଏମିତି ହେଲେ ଲୋକମାନେ ଭୟଭୀତ ହୋଇଯିବେ ବୋଲି ସେ କହିଛନ୍ତି। କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଏହା ନିନ୍ଦନୀୟ। କରୋନାକୁ ନିୟନ୍ତ୍ରଣ କରିବାରେ ନିଜର ବିଫଳତା ଲୁଚାଇବାକୁ ଯାଇ ଏଭଳି ପରିସ୍ଥିତି ତିଆରି କରାଯାଉଛି। ବିଭିନ୍ନ ରାଜ୍ୟରେ କେତେ ଟିକା ଖର୍ଚ୍ଚ ହେଉଛି ତା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ଦେଶରେ କୌଣସି ଭାଗରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୋଭିଡ୍ ଟିକାକୁ ନେଇ କିଛି ରାଜ୍ୟ ହୀନ ରାଜନୀତି କରୁଛନ୍ତି ବୋଲି କହିଛନ୍ତି। ସଂପୃକ୍ତ ରାଜ୍ୟ ସରକାରମାନେ ସେମାନଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ଏମିତି କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଟିକାର ଘୋର ଅଭାବ ରହିଛି ବୋଲି ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଯେତିକି ଟିକା ରହିଛି ଆସନ୍ତା ଦୁଇ ଦିନରେ ଶେଷ ହୋଇଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହର୍ଷ ବର୍ଦ୍ଧନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ପ୍ରତିଦିନ ଅଢ଼େଇ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ ରଖାଯାଉଛି। ଯେଉଁମାନେ ବୟସ୍କ ଲୋକ ସେମାନେ କିଭଳି ଟିକା ଲଗାଇବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଟିକା ଅଭାବ ଥିବାରୁ ୬୪୫ଟି ଟିକା କେନ୍ଦ୍ର ଏବେ ବନ୍ଦ ରହିଛି। ରାଜ୍ୟରେ ରାଜ୍ୟରେ ଥିବା ୧୪୦୦ ଟିକା କେନ୍ଦ୍ର ରହିଛି। ୭୫୫ଟି ଟିକା ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଏପ୍ରିଲ ୭ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ୫ ଲକ୍ଷ ୩୪ ହଜାର କୋଭିଡ ଟିକା ମହଜୁଦ ଥିବା ମନ୍ତ୍ରୀ ନବ ଦାସ ଲେଖିଛନ୍ତି।

The post ଟିକା ଅଭାବ କହି ନିଜର ବିଫଳତାକୁ ଲୁଚାଉଛନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3sZeyCt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages