ସୁରତ: କରୋନାରେ ଗୋଟିଏ ଛୋଟିଆ ଛୁଆର ମୃତ୍ୟୁ ଘଟିଛି। ଜନ୍ମ ହେବାର ୧୫ ଦିନ ପରେ କରୋନାରେ ତାର ମୃତ୍ୟୁ ଘଟିଛି। ଜନ୍ମ ହେବା ପୂର୍ବରୁ ତା’ ମା ମଧ୍ୟ କରୋନାରେ ସଂକ୍ରମିତ ଥିଲେ ବୋଲି ଜଣାପଡ଼ିଛି। ଗୁଜରାଟର ସୁରଟ ସିଟିରେ ଏହି ଘଟଣା ଘଟିଛି।
ଡାଇମଣ୍ଡ ହସ୍ପିଟାଲ ଏ ନେଇ ପ୍ରତିକ୍ରିୟାରେ କହିଛି, ଏପ୍ରିଲ ୧ରେ ଏହି ଝିଅଟି ଜନ୍ମ ହୋଇଥିଲା। ହେଲେ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିବା ପରେ ଆଉ ଏକ ହସ୍ପିଟାଲକୁ ଉଭୟ ମା’ଛୁଆଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଝିଅଟିର ଅବସ୍ଥା ସଙ୍କଟାପନ୍ନ ଥିଲା। ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ଛୋଟ ଛୁଆଟିକୁ ବଞ୍ଚାଇବାକୁ ଡାକ୍ତରମାନେ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ଏମିତିକି ନିକଟରେ କରୋନାରୁ ସୁସ୍ଥ ହୋଇଥିବା ସୁରତର ପୂର୍ବତନ ମେୟର ଡକ୍ଟର ଜଗଦୀଶ ପଟେଲ ପ୍ଲାଜମା ଦାନ କରିଥିଲେ। ଆଉ ଏହି ପ୍ଲାଜମାକୁ ନବଜାତ ଶିଶୁର ଶରୀରରେ ପ୍ରୟୋଗ କରି ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସଫଳ ହୋଇ ନଥିଲେ। ଆଉ ଶେଷରେ ୧୫ ଦିନ ପରେ ଗୁରୁବାର ରାତିରେ ଛୋଟ ଛୁଆଟି ଆଖି ବୁଜିଛି।
ସୂଚନାଯୋଗ୍ୟ, ଗୁରୁବାର ସୁରଟରେ ୧,୫୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୮,୧୫୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଯାବତ ରାଜ୍ୟରେ ମୋଟ୍ ୩,୭୫,୭୬୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୨୬ ମୃତକଙ୍କୁ ମିଶାଇଲେ ରାଜ୍ୟରେ ୫,୦୭୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି।
ନିକଟରେ ରାଜ୍ୟରେ କୋଭିଡ୍ ପରିଚାଳନାକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଠିକ୍ ଦେଖାଉନଥିବା ନେଇ ହାଇକୋର୍ଟ ତାଗିଦ କରିଥିଲେ।
The post କୋଭିଡରେ ଚାଲିଗଲା ୧୫ ଦିନର ଛୋଟ ଛୁଆ appeared first on Odisha Reporter.
from Odisha Reporter https://ift.tt/3sokWSy
No comments:
Post a Comment