ବେଙ୍ଗାଲୁରୁ: କରୋନାର ଦ୍ୱିତୀୟ ଲହରରେ ଏବେ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ପୂର୍ବରୁ ଉତ୍ତର ପ୍ରଦେଶ, କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦ୍ୟୁରପ୍ପା ସମାନ ଦଶା ଭୋଗିଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। କାରଣ ପୂର୍ବରୁ ଥରେ ମଧ୍ୟ ୟେଦ୍ଦ୍ୟୁରପ୍ପା କରୋନାରେ ଆକ୍ରାନ୍ତ ହୋଇଥିଲେ।
୭୮ ବର୍ଷୀୟ ୟେଦ୍ଦ୍ୟୁରପ୍ପା ଗତବର୍ଷ ଅଗଷ୍ଟ ୨ରେ ପ୍ରଥମଥର କରୋନାରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨ ଦିନ ହେଲା ୟେଦ୍ଦ୍ୟୁରପ୍ପାଙ୍କ ଶରୀରରେ ଜ୍ୱର ରହିଥିଲା। ଏଥିପାଇଁ ତାଙ୍କୁ ଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଛି।
କର୍ଣ୍ଣାଟକାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ନାଇଟ କର୍ଫ୍ୟୁ ଠାରୁ ଆରମ୍ଭ କରି ବିଭିନ୍ନ କଟକଣା ଲଗା ଯାଇଛି। ତଥାପି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ଅନ୍ୟପକ୍ଷରେ ଦେଶରେ ମଧ୍ୟ ସଂକ୍ରମଣ ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୨ ଲକ୍ଷ ୧୬ ହଜାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଲୋକ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ନଥିଲେ। ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ସଂକ୍ରମଣ ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ଦେଶରେ କ୍ରମାଗତ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୧୧ଶହରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।
The post ପୁଣି ଜଣେ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହେଲେ appeared first on Odisha Reporter.
from Odisha Reporter https://ift.tt/3mRUvDs
No comments:
Post a Comment