ନୂଆଦିଲ୍ଲୀ: ଭାରତ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକାକରଣ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବା ଜରୁରୀ ବୋଲି ଦାବି ହୋଇଛି। ଏହାରି ଭିତରେ ଆମେରିକାର ଜୋ ବାଇଡେନ ସରକାର ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି।
ଏପ୍ରିଲ ୧୯ ରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକା ଦିଆଯିବ। ଏହା ପୂର୍ବରୁ ମେ ୧ରୁ ଏହି ଟିକାକରଣ ହେବାର ଥିଲା, କିନ୍ତୁ ମିଷ୍ଟର ପ୍ରେସିଡେଣ୍ଟ ଏହାକୁ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆମେରିକାର ବରିଷ୍ଠ ନାଗରିକଙ୍କୁ ଏବେ ଟିକା ଦିଆଯାଉଛି।
ବାଇଡେନ କହିଛନ୍ତି ଯେ କରୋନା ଟିକାକୁ ୧୫୦ ମିଲିୟନ ଡୋଜ ଇଞ୍ଜେକ୍ସନ ଦେବା ଏବଂ ୬୨ ମିଲିୟନ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦେବାରେ ଆମେରିକା ହେଉଛି ବିଶ୍ୱର ପ୍ରଥମ ଦେଶ। ସେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୬୫ବର୍ଷରୁ ଅଧିକ ବୟସର ୭୫% ରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି।
ଅନ୍ୟପଟେ ମଙ୍ଗଳବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋଲ ଗେହଲୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଭିଡ ସଂକ୍ରମଣ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଏସଓପି ସହିତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣରେ ସାମିଲ୍ କରିବାକୁ ନିବେଦନ କରିଛନ୍ତି। ଏହାପୂର୍ବରୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କରୋନାକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ କହିଥିଲା। ଏହି ଚିଠିରେ ଆଇଏମଏ ନିବେଦନ କରିଛି ଯେ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଉ।
କୋଭିଡ-୧୯ ସହ ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ଟିକାକରଣର ରେକର୍ଡ। ଟିକାକରଣ ଅଭିଯାନର ୮୦ତମ ଦିବସ (୫ ଏପ୍ରିଲ ୨୦୨୧)ରେ ୪୩,୦୦,୯୬୬ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୮,୦୯୫ ସେସନରେ ୩୯,୦୦,୫୦୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୪,୦୦,୪୬୧ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।
The post ଆମେରିକାରେ ପ୍ରାପ୍ତ ବୟସ୍କ ନେବେ ଟିକା, ଭାରତରେ କେବେ? appeared first on Odisha Reporter.
from Odisha Reporter https://ift.tt/31PWZbN
No comments:
Post a Comment