ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିନିମନ୍ତେ ଯୁବବର୍ଗଙ୍କ ମଧ୍ୟରେ ଦେଖାଦେଲାଣି ଉତ୍କଣ୍ଠା । ଆସନ୍ତା ୨୮ ତାରିଖରୁ ଏଥିପାଇଁ କୋ-ଓ୍ୱିନ୍ ପ୍ଳାଟଫର୍ମ ଓ ଆରୋଗ୍ୟ ସେତୁ ଆପ୍ରେ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ । ତେବେ ଟିକା ନେବା ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ ଜାଣି ରଖନ୍ତୁ।
ଏଥିପାଇଁ ପ୍ରଥମେ cowin.gov.inକୁ ଯାଆନ୍ତୁ । ସେଠାରେ ରେଜିଷ୍ଟର୍ ବଟନ୍ରେ କ୍ଲିକ୍ କରି ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ । ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନ୍ରେ କ୍ଲିକ୍ କରନ୍ତୁ । ଏହାପରେ ଟିକା ପଞ୍ଜିକରଣ ପାଇଁ ଫର୍ମ ଆସିବ । ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ସୂଚନା ଦିଅନ୍ତୁ ।
ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନ୍ରେ କ୍ଲିକ୍ କରନ୍ତୁ । ଏହିଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜିକରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନ୍ରେ କ୍ଲିକ୍ କରନ୍ତୁ ।
ସୂଚନାଯୋଗ୍ୟ, କିଛି ଦିନ ହେବ ରାଜ୍ୟବାସୀଙ୍କୁ ଡରାଉଛି ମହାମାରୀ। ଗତକାଲି ଲମ୍ବ ଡିଆଁ ମାରି କରୋନା ୬ ହଜାର ପାର୍ କରି ଯାଇଛି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକଟ କରୁଛନ୍ତି। ତେଣୁ ପ୍ରଥମ ୨ଟି ପର୍ଯ୍ୟାୟ ଟିକାକରଣ ପରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପର୍ଯ୍ୟାୟରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଓଡ଼ିଶାରେ ୪୨ ପ୍ରତିଶତ ଏହି ବୟସ୍କ ଲୋକ ଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ SOP ଅଣାଯିବ । ଟିକାକରଣ ପାଇଁ ଅନଲାଇନ୍ ଓ ସ୍ପଟ୍ ପଂଜୀକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ମେ’ ୧ରୁ କମ୍ପାନୀମାନଙ୍କ ପକ୍ଷରୁ ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଓ ଅନ୍ୟ ୫୦ ପ୍ରତିଶତ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଦିଆଯିବ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ଟିକା ଦ୍ୱାରା ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଚାଲିବ। ଏହାବ୍ୟତୀତ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ପକ୍ଷରୁ ଆସୁଥିବା ଟିକାକୁ ୧୮ ବର୍ଷରୁ ଅଧିକଙ୍କୁ ଟିକାକରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
The post ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ appeared first on Odisha Reporter.
from Odisha Reporter https://ift.tt/3xhUZHQ
No comments:
Post a Comment