ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମୃତ୍ୟୁ ବରଣ କରିଛନ୍ତି। ଗୁରୁବାର ରାତିରେ ଏଭଳି ଏକ ଟ୍ୱିଟ୍ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶିଶୀ ଥରୁର। ଏହାପରେ ଓଡ଼ିଶାର ପୂର୍ବତନ ବିଜେଡି ସାଂସଦ ଦିଲ୍ଲୀପ ତିର୍କୀ ମଧ୍ୟ ସମାନ ଟ୍ୱିଟ୍ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ମଧ୍ୟପ୍ରଦେଶର ବିଜେପି ନେତା କୈଳାଶ ବିଜୟଭର୍ଗିଆ କହିଛନ୍ତି, ସୁମିତ୍ରା ମହାଜନ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି। ବିଜୟ ଭର୍ଗିଆଙ୍କ ଟ୍ୱିଟ୍ ପରେ ଥରୁର ଏଭଳି ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିବା ସହିତ ନିଜ ପୂର୍ବ ଟ୍ୱିଟକୁ ଡିଲିଟ୍ କରିଛନ୍ତି। ସେହିପରି ଦିଲ୍ଲୀପ ତିର୍କୀ ମଧ୍ୟ ଟ୍ୱିଟ୍ ଡିଲିଟ୍ କରିଦେଇଛନ୍ତି।
ଥରୁର ରାତି ୧୧ଟା ୧୬ ମିନିଟରେ ଟ୍ୱିଟ୍ କରି କହିଥିଲେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କର ବିୟୋଗ ହୋଇଛି। ଏହା ଜାଣି ସେ ଦୁଃଖିତ। ତାଙ୍କ ସହିତ ମୋସ୍କୋରେ ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ୍ ହୋଇଥିଲେ ବୋଲି ଥରୁର କହିଥିଲେ। ତାଙ୍କ ସହ ଅନେକ ସକାରାତ୍ମକ ଆଲୋଚନା ସେତେବେଳେ ହୋଇଥିଲା। ସ୍ୱର୍ଗତ ସୁଷମା ସ୍ୱରାଜ ଏବଂ ସୁମିତ୍ରା ମହାଜାନ ମୋସ୍କୋରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀର ନେତୃତ୍ୱ ନେବା ପାଇଁ କହିଥିଲେ ବୋଲି ଥରୁର ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଥିଲେ।
ତେବେ ଥରୁର ଏଭଳି ଟ୍ୱିଟ କରିବା ପରେ ସୋଶାଲ ମିଡିଆରେ ତାଙ୍କୁ ୟୁଜର ମାନେ ଫେକ୍ ନ୍ୟୁଜ ଦେଉଥିବା କହିଥିଲେ। ଆଉ ବିଜେପି ନେତା ବିଜୟଭର୍ଗିଆଙ୍କ ଟ୍ୱିଟ୍ ପରେ ସେ ତାଙ୍କର ଏହି ଟ୍ୱିଟ୍ ଡିଲିଟ୍ କରି ଆଉ ସ୍ପଷ୍ଟୀକରଣ ରଖିବା ପାଇଁ ଆଉ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ମୋର ପୂର୍ବ ଟ୍ୱିଟ୍ ଡିଲିଟ୍ କରି ଦେଇଛି। ସୁମିତ୍ରା ମହାଜନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
ସୂଚନାଯୋଗ୍ୟ, ସୁମିତ୍ରା ମହାଜନ (୭୮) ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରୁ ୨୦୧୯ ଯାଏ ପ୍ରତିଧିନିତ୍ୱ କରିଥିଲେ। ବୟସ ଅଧିକ କାରଣରୁ ତାଙ୍କୁ ୨୦୧୯ ନିର୍ବାଚନରେ ବିଜେପି ଟିକେଟ୍ ଦେଇନଥିଲା। ସେ ୧୯୮୯ରୁ ୨୦୧୯ ଯାଏ ସାଂସଦ ରହିଥିଲେ। ଜଣେ ମହିଳା ସାଂସଦ ଭାବରେ ସବୁଠୁ ଅଧିକ ଥର ସେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଲୋକସଭାର ବାଚସ୍ପତି ହୋଇଥିଲେ।
Thanks @kailashOnline. I have deleted my tweet. I wonder what motivates people to invent and spread such evil news that takes in people. My best wishes for Sumitra ji’s health and long life.
— Shashi Tharoor (@ShashiTharoor) April 22, 2021
The post ସାଂସଦଙ୍କ ଫେକ୍ ନ୍ୟୁଜ୍, ପୂର୍ବତନ ବାଚସ୍ପତିଙ୍କୁ ମୃତ ଘୋଷଣା କଲେ appeared first on Odisha Reporter.
from Odisha Reporter https://ift.tt/3vdsaKZ
No comments:
Post a Comment