ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିକାଶର କୌଣସି ଦଳ ନଥାଏ। ଦଳ ମତ ନିର୍ବିଶେଷରେ ସାଧାରଣ ଲୋକଙ୍କ ହିତରେ କାମ କରିବା ହିଁ ବାସ୍ତବିକ ରାଜଧର୍ମ। ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ଖୋର୍ଦ୍ଧା ନାଗରିକ ମଞ୍ଚ ସଦସ୍ୟଙ୍କ ଅନୁରୋଧକ୍ରମେ ଏକ କାର୍ଯ୍ୟକମ୍ରରେ ଯୋଗ ଦେଇଥିଲେ ଅପରାଜିତା ଷଡଙ୍ଗୀ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରେ ଭେଇକିଲ ଅଣ୍ଡର ପାସ(VUP) ପରିବର୍ତ୍ତେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଦାବି ସମ୍ପର୍କରେ ଅପରାଜିତା ଯୋଗ ଦେଇଥିଲେ । ସେହିପରି ଖୋର୍ଦ୍ଧା ସ୍କୋୟାର ନିକଟରେ ଏକ VUP ଯଥା ଶୀଘ୍ର ନିର୍ମାଣ କରାଯିବ ନେଇ ସାଂସଦ NHAI କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଅପରାଜିତା କହିଥିଲେ।
ଏହି ବୈଠକରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଡ଼. ଦିଲ୍ଲୀପ ଶ୍ରୀ ଚନ୍ଦନ, ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, ସମାଜସେବୀ କାଳୁ ଚରଣ ଖଣ୍ଡାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
The post ରାଜଧର୍ମର ମନ୍ତ୍ର କହିଲେ ଅପରାଜିତା appeared first on Odisha Reporter.
from Odisha Reporter https://ift.tt/2RemK3P
No comments:
Post a Comment