ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ନେଇ ଘାରିଛି ଚିନ୍ତା। ଏଠାକୁ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବାରୁ ଏବେ ପୁରୀରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି ।
ଜଗା ଦର୍ଶନ ପୂର୍ବରୁ ୧୨ ରାଜ୍ୟର ପର୍ଯ୍ୟଟକଙ୍କ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟା ପୂର୍ବର RT-PCR ନେଗେଟିଭ୍ ରିପୋର୍ଟ ଦେଖାଇଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରିପାରିବେ ।
ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟର ପର୍ଯ୍ୟଟକ କରୋନା ନେଗେଟିଭ୍ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ୍ ଆଇସୋଲେସନରେ ରହିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଥିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଟେଷ୍ଟ କରାଯିବ। ଆବଶ୍ୟକ ପଡ଼ିଲଲେ RTPCR ଟେଷ୍ଟ ହେବ। ୧୨ ରାଜ୍ୟରୁ ବିନା ଟେଷ୍ଟରେ ଆସିଥିବ ଲୋକଙ୍କର ଷ୍ଟେଶନରେ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ କରାଯିବ।
The post ‘ ଏଣିକି ଜଗା ଦର୍ଶନ ପୂର୍ବରୁ ଦେଖାଇବାକୁ ପଡ଼ିବ RT-PCR ରିପୋର୍ଟ’ appeared first on Odisha Reporter.
from Odisha Reporter https://ift.tt/3dGpgae
No comments:
Post a Comment