ଏନ୍‌ସିବି ହେପାଜତରେ ଏଜାଜଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 4, 2021

ଏନ୍‌ସିବି ହେପାଜତରେ ଏଜାଜଙ୍କୁ କରୋନା

ମୁମ୍ବାଇ: ଏନ୍‌ସିବି ହେପାଜତରେ ଅଭିନେତା ଏଜାଜ ଖାନ୍‌ଙ୍କୁ ହେଲା କରୋନା । ଡ୍ରଗ୍ସ ମାମଲାରେ ଗତ କିଛି ଦିନ ତଳେ ଧରାପଡିଥିବା ଅଭିନେତା ଏଜାଜ ଖାନ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଲା ଦୁଇ ଦିନ ତଳେ ଏଜାଜଙ୍କ କୋଭିଡ ଟେଷ୍ଟ ହୋଇଥିଲା, ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଡ୍ରଗ୍ସ ମାମଲରେ ଏଜାଜ ଖାନ୍‌ଙ୍କୁ ପଚରାଉଚରା କରୁଥିବା ଏନ୍‌ସିବି ଟିମ୍‌ର ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି। ତେବେ ଟେଷ୍ଟ କରାଯାଇଥିବା ଏନ୍‌ସିବି ଅଧିକାରୀ କରୋନା ପଜିଟିଭ ଅଛନ୍ତି କି ନାହିଁ ସେ ନେଇ କିଛି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଡ୍ରଗ୍ସ କାରବାର ମାମଲାରେ ଏନ୍‌ସିବି ଏଜାଜ ଖାନ୍‌ଙ୍କୁ ବିମାନ ବନ୍ଦରରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଏନ୍‌ସିବି ଏପ୍ରିଲ ୩ ତାରିଖ ଯାଏଁ ରିମାଣ୍ଡରେ ନେଇଥିଲା। କିନ୍ତୁ ପରେ ଏହି ରିମାଣ୍ଡ ଅବଧିକୁ ୫ ଏପ୍ରିଲ ଯାଏଁ ବୃଦ୍ଧି କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।

ଘଟଣାରୁ ଜଣାପଡିଛି ଯେ, ଏଜାଜ ଖାନ ଡ୍ରଗ୍ସ କିଙ୍ଗ ରୂପେ ଜଣାଶୁଣା ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ । ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ଏହି ମାମଲାରେ ଏଜାଜକୁ ଏନ୍‌ସିବି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ମାର୍ଚ୍ଚ ୩୧ ତାରିଖ ରାତିରେ ଗିରଫ କରିଥିଲା।

The post ଏନ୍‌ସିବି ହେପାଜତରେ ଏଜାଜଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3rOwWMP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages