କରୋନା ନେଲା ଆଉ ୪ ଜୀବନ, ସମସ୍ତେ ପଶ୍ଚିମ ଓଡ଼ିଶାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

କରୋନା ନେଲା ଆଉ ୪ ଜୀବନ, ସମସ୍ତେ ପଶ୍ଚିମ ଓଡ଼ିଶାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୩ ହଜାର ଅତିକ୍ରମ କରିସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଗୋଟିଏ ପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଞ୍ଚିଛି।

ଏହି ୪ ମୃତକ ପଶ୍ଚିମ ଓଡ଼ିଶାର । ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ନୂଆ ମୃତ୍ୟୁ ମାମଲା ସହିତ ବଲାଙ୍ଗିର ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଛି। ସେହିପରି ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ଯଥାକ୍ରମେ ୨୭, ୩୫ ଓ ୮୦ରେ ପହଞ୍ଚିଛି।

ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୫୧, ସୁନ୍ଦରଗଡ଼ରେ ୧୭୪, କଟକରେ ୧୪୨ ଓ ପୁରୀ ଜିଲ୍ଲାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଲଗାତାର ଦୁଇ ଦିନ ହେଲା ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଆସିଥିବା ରିପୋର୍ଟରେ ୩୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ୩୧୪୪ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୯୭, ନୂଆପଡ଼ାରୁ ୩୯୫, ବରଗଡ଼ରୁ ୧୫୬, କଟକରୁ ୧୪୦, ଝାରସୁଗୁଡ଼ାରୁ ୧୧୯, ପୁରୀରୁ ୧୨୯, କେନ୍ଦୁଝରରୁ ୧୨୮ ଓ ସମ୍ବଲପୁରରୁ ୧୪୯ ଜଣ ଚିହ୍ନଟ ହୋଇଛନ୍ତି।

The post କରୋନା ନେଲା ଆଉ ୪ ଜୀବନ, ସମସ୍ତେ ପଶ୍ଚିମ ଓଡ଼ିଶାର appeared first on Odisha Reporter.



from Odisha Reporter https://ift.tt/3mTd4aq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages