କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ କ’ଣ ନାହିଁ, ସୂଚନା ଦେଲା WHO - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ କ’ଣ ନାହିଁ, ସୂଚନା ଦେଲା WHO

ସାରା ଦେଶରେ ମାଡି ଚାଲିଛି ମହାମାରୀ। ବେକାବୁ ହେଉଛି କରୋନାର ନୂଆ ରୂପ। ଦ୍ରୁତ ଗତିରେ ଲୋକଙ୍କୁ କରୁଛି ସଂକ୍ରମଣ। ଏପିରି ସ୍ଥିତିରେ ସାମାନ୍ୟ ଅବହେଳା ମହାମାରୀକୁ ଆମନ୍ତ୍ରଣ କଲା ଭଳି ହେବ। ତେଣୁ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସହିତ, ଆପଣ ନିଜ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତେବେ କରୋନାରୁ ଦୂରେଇ ରହିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରାଯିବା ଉଚିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ଡାଇଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି।

– WHOର ସୂଚନା ମୁତାବକ ଏହି ମହାମାରୀ ସମୟରେ ଆପଣମାନେ ନିଜ ଖାଦ୍ୟରେ ତାଜା ଫଳ ଏବଂ ଅନ୍‌ପ୍ରୋସେସ୍‌ଡ୍‌ ଫୁଡ୍‌ ସାମିଲ କରିବା ଉଚିତ। ଏହାଦ୍ୱାରା ଆପଣ ଅକବଶ୍ୟକୀୟ ଭିଟାମିନ୍‌, ମିନେରାଲ୍ସ, ଫାଇବର, ପ୍ରୋଟିନ୍‌ ଏବଂ ଆଣ୍ଟି୍ରକ୍ସିଡାଣ୍ଟ ପାଇପାରିବେ।

– ପ୍ରଚୁର ପରିମାଣର ଫଳ, ପନିପରିବା, ଲେମ୍ବୁ, ବିନ୍ସ, ଡାଲି, ବାଦାମ ଏବଂ ଅଣ ପ୍ରକ୍ରିୟାକୃତ ମକା, ବାଜରା, ଓଟସ୍‌, ଗହମ, ଉଷୁନା ଚାଉଳ, ଆଳୁ, ମିଠା ଆଳୁ ଏବଂ ଖମ୍ବ ଆଳୁ କିମ୍ବା ସାରୁ ଭଳି ପନିପରିବା ଖାଆନ୍ତୁ। ନିଜ ଖାଦ୍ୟରେ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ମଧ୍ୟ ସାମିଲ କରନ୍ତୁ।

– କରୋନା ମହାମାରୀରୁ ବଂଚିବା ପାଇଁ ପ୍ରତିଦିନ ଅତି କମ୍‌ରେ ପ୍ରତିଦିନ ୨ କପ୍ ଫଳ, ୨.୫ କପ୍ ପନିପରିବା, ୧୮୦ ଗ୍ରାମ ଶସ୍ୟ ଏବଂ ୧୬୦ ଗ୍ରାମ ମାଂସ ଏବଂ ବିନ୍ସ ଖାଆନ୍ତୁ । ଆପଣ ସପ୍ତାହରେ ୧-୨ ଥର ଲାଲ ମାଂସ ଏବଂ ଚିକେନ୍ ୨-୩ ଥର ଖାଇପାରିବେ । ସନ୍ଧ୍ୟାରେ ହାଲକା ରନ୍ଧା ହୋଇଥିବା କଞ୍ଚା ପନିପରିବା ଏବଂ ତାଜା ଫଳ ଖାଇପାରିବେ। ଅଧିକ ଲୁଣ କିମ୍ବା ଚିନି ଖା’ନ୍ତୁ ନାହିଁ।

– ଶରୀର ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରକ୍ତକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ, ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ପ୍ରତିଦିନ ଅତି କମରେ ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ। ପାଣି ବ୍ୟତୀତ ଆପଣ ଫଳ ପନିପରିବା ରସ କିମ୍ବା ଲେମ୍ବୁ ପାଣି ମଧ୍ୟ ପିଇପାରିବେ। ମୃଦୁ ପାନୀୟ, କୋଲ୍ଡ ଡ୍ରିଙ୍କ, ସୋଡା ଏବଂ କଫି ଯଦି ପିଉଛନ୍ତି ତେବେ ଏହାର ପରିମାଣକୁ କମାଇ ଦିଅନ୍ତୁ।

-ଅସନ୍ତୁଳିତ ଚର୍ବି ଯୁକ୍ତ ଖାଦ୍ୟ ଖା’ନ୍ତୁ ନାହିଁ। ଫ୍ୟାଟି ମାଛ, ବଟର, ନଡିଆ ତେଲ, କ୍ରିମ, ଚିଜ୍‌ ଏବଂ ଘିଅ ଠାରୁ ଦୂରେଇ ରହିବା ଉଚିତ। ଏସବୁ ବଦଳରେ ଆପଣ ମାଛ, ଆଭୋକାଡୋ, ବାଦାମ, ଅଲିଭ୍ ତେଲ, ସୋୟା, କାନୋଲା, ସୂର୍ଯ୍ୟମୁଖୀ ଏବଂ ମକା ତେଲ ଖାଇ ପାରିବେ।  ଲାଲ୍ ମାଂସ ବଦଳରେ ଧଳା ମାଂସ କିମ୍ବା ମାଛ ଖାଇପାରିବେ। ଫ୍ରୋଜନ ମାଂସ ଜମାରୁ ବି ଖା’ନ୍ତୁ ନାହିଁ।

– ମେଦବହୁଳତା, ହୃଦ୍‌ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାର କର୍କଟ ରୋଗକୁ ଏଡ଼ାଇବା ପାଇଁ ଚିନି, ଚର୍ବି ଜାତୀୟ ଖାଦ୍ୟ ଏବଂ ଅଧିକ ଲୁଣ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଦିନସାରା ୧ ଚାମଚରୁ ଅଧିକ ଲୁଣ ଖାଆନ୍ତୁ ।

– ପୁଷ୍ଟିକର ଖାଦ୍ୟ ଏବଂ ଉପଯୁକ୍ତ ହାଇଡ୍ରେସନ୍ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବକ ଯେଉଁମାନେ ପୂର୍ବରୁ ଅସୁସ୍ଥ ଅଛନ୍ତି କିମ୍ବା ଯେଉଁମାନେ କରୋନାରେ ସଂକ୍ରମିତ ଅଛନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଆବଶ୍ୟକ।

The post କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ କ’ଣ ନାହିଁ, ସୂଚନା ଦେଲା WHO appeared first on Odisha Reporter.



from Odisha Reporter https://ift.tt/3mWkKbS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages