ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ; ୫୦୦ ନୁହେଁ, ୨୦୦ ଜଣଙ୍କୁ ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ; ୫୦୦ ନୁହେଁ, ୨୦୦ ଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବର ଆଜି ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେବ।  ଏଥିରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପୂର୍ବାହ୍ନ ୧୦ଟା ୨୦ରେ ଉପରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିବା କାର୍ଯ୍ୟକ୍ରମ  ରହିଛି  । ଜୟନ୍ତୀ ସମାରୋହ ଅବସରରେ ଦେଶର ୫ ଜଣ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡରେଟ୍ ଡିଗ୍ରୀ ଦିଆଯିବ।

ସମାବର୍ତ୍ତନ ଉତ୍ସବରେ କୋଭିଡ୍ ନିୟମାବଳୀ କଡାକଡି ପାଳନ କରାଯିବ । କରୋନା କଟକଣାକୁ ଦେଖି ପ୍ରଥମେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବଦଳାଇ ୨୦୦ ଲୋକଙ୍କ ମଧ୍ୟରେ ସୀମିତ ରଖାଯାଇଛି । ଏଣୁ ସମାବର୍ତ୍ତନ ଉତ୍ସବ ହଲ୍ ଭିତରେ ମାତ୍ର ୨ ଶହ ଜଣଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ମିଳିବ । ଏଣୁ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଉତ୍ସବ ସ୍ଥଳରେ ବସିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । ଏପରିକି ଅଧ୍ୟାପକ ଓ କର୍ମଚାରୀ ବି ସାମିଲ ହୋଇପାରିବେ ନାହିଁ ।

କେବଳ ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀ, ଏକାଡେମିକ କାଉନସିଲ ଓ ସିନେଟ୍ ସଦସ୍ୟ ହିଁ ଯୋଗଦେବେ । ଏଥିରେ ଯୋଗଦେବାକୁ ଥିବା ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ RTPCR ଟେଷ୍ଟ କରାଯାଇଛି । କୋଭିଡ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହିଁ ଉତ୍ସବରେ ଯୋଗ ଦେଇପାରିବେ।

କରୋନା କୋପ ରାଜ୍ୟରେ ବଢ଼ୁଥିବା ବେଳେ ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ବାଣିବିହାରର ୨ ପ୍ରମୁଖ ଗେଟ୍‌କୁ ବନ୍ଦ କରିବା ସହ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି।

ଜୟନ୍ତୀ ସମାରୋହ ଅବସରରେ  ଚଳିତବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଓଡିଶା ହାଇକୋର୍ଟର ବିଚାରପତି ସଞ୍ଜୁ ପଣ୍ଡା, ଭାବା ଅଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁଙ୍କୁ ଡରେଟ ଡିଗ୍ରୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

 

The post ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ; ୫୦୦ ନୁହେଁ, ୨୦୦ ଜଣଙ୍କୁ ମିଳିଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/3fCkaP3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages