କାହିଁକି ରୁଷିଙ୍କ ଉପରେ ରାଗି ଯାଇଥିଲେ ଅମିତାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

କାହିଁକି ରୁଷିଙ୍କ ଉପରେ ରାଗି ଯାଇଥିଲେ ଅମିତାଭ

ମୁମ୍ୱାଇ: କଭି କଭି, ଅମର ଆକବର ଆନ୍ଥୋନୀ, ନସୀବ, କୁଲି, ଅଜୁବା ଓ ୧୦୨ ନଟଆଉଟ ଭଳି କିଛି ଫିଲ୍ମରେ ଅମିତାଭ ବଚ୍ଚନ ଓ ରୁଷି କପୁର ଏକାଠି ଅଭିନୟ କରିଥିଲେ। ତେବେ କ୍ୟାରିୟର ପ୍ରାରମ୍ଭରେ ଉଭୟଙ୍କ ମଧ୍ୟରେ ସଂପର୍କ ଏତେଟା ଭଲ ନଥିଲା। କିନ୍ତୁ ସେମାନେ କେବେ ଏ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରି ନଥିଲେ। ପରେ ସେମାନଙ୍କ ସଂପର୍କରେ ସୁଧାର ଆସିଥିଲା ଓ ସେମାନେ ସଂପର୍କୀୟ ମଧ୍ୟ ବନିଯାଇଥିଲେ। ଅମିତାଭଙ୍କ ଝିଅଙ୍କୁ ରୁଷିଙ୍କ ଭଣଜା ବିବାହ କରିଛନ୍ତି। ଏସବୁ କଥା ଉଲ୍ଲେଖ ରହିଛି ରୁଷି କପୁରଙ୍କ ଆତ୍ମଜୀବନୀ ଖୁଲ୍ଲମ ଖୁଲାରେ।

ରୁଷି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ଅମିତାଭ ବଚ୍ଚନ ଜଣେ ମହାନ ଅଭିନେତା। ସେ ଫିଲ୍ମର ଟ୍ରେଣ୍ଡ ବଦଳାଇ ଦେଇଥିଲେ। ଫିଲ୍ମରେ ଆକ୍ସନ ପ୍ରାରମ୍ଭ ତାଙ୍କ ଠାରୁ ହୋଇଥିଲା। ଅନେକ ଅଭିନେତାଙ୍କୁ ବେକାର କରି ଦେଇଥିଲେ। ମୁଁ ମାତ୍ର ୨୧ ବର୍ଷ ବୟସରେ ହିରୋ ଭାବେ ଫିଲ୍ମରେ ଏଣ୍ଟ୍ରି କରିଥିଲି। ତେବେ ସେ ସମୟରେ ଅମିତାଭ ଓ ମୋ ମଧ୍ୟରେ ଏକ ଅଦୃଶ୍ୟ ଟେନସନ ଲାଗି ରହିଥିଲା। ଆମେ ଦୁହେଁ କେବେ ବି ଏହାର ସମାଧାନ କରି ନଥିଲୁ। ଏହା ଆପେ ଆପେ ଠିକ‌୍‍ ହୋଇଯାଇଥିଲା ଓ ଆମେ ପରସ୍ପରର ଭଲ ବନ୍ଧୁ ବନି ଯାଇଥିଲୁ।

ତା’ହେଲେ ସେମାନଙ୍କ ମଧ୍ୟରେ କିଛି ଘଟିଥିଲା କି? ରୁଷି ଲେଖିଛନ୍ତି ଯେ ଫିଲ୍ମ ଫେଆର ଆୱାର୍ଡକୁ ନେଇ ଅମିତାଭ ତାଙ୍କ ଉପରେ ରାଗିଥିଲେ। ୧୯୭୩ରେ ଅମିତାଭ ଜଞ୍ଜିର ରିଲଜ ହୋଇଥିଲା। ସେହିବର୍ଷ ମୋ ଫିଲ୍ମ ବବି ମଧ୍ୟ ରିଲିଜ ହୋଇଥିଲା। ଜଞ୍ଜିର ପାଇଁ ଅମିତାଭ ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫୟୋର ପୁରସ୍କାର ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କୁ ଏହି ପୁରସ୍କାର ମିଳି ନଥିଲା। ବବି ପାଇଁ ମୋତେ ଏହି ପୁରସ୍କାର ମିଳିଥିଲା। ମୋତେ କହିବାକୁ ଲାଜ ଲାଗୁଛି ଯେ ମୁଁ ଏହି ପୁରସ୍କାର ପଇସା ଦେଇ କିଣିଥିଲି। ତାରକନାଥ ଗାନ୍ଧୀ ନାଁରେ ଜଣେ ପିଆରଓ ୩୦ ହଜାର ଟଙ୍କା ଦେଲେ ମୋତେ ଉକ୍ତ ପୁରସ୍କାର ଦେଇ ଦେବେ ବୋଲି କହିଥିଲେ। ମୋ ସେକ୍ରେଟରେୀ ଘନଶ୍ୟାମ ମଧ୍ୟ ଟଙ୍କା ଦେଇ ଦେବାକୁ କହିଥିଲେ। ମୁଁ ବି କିଛି ନଭାବି ଟଙ୍କା ଦେଇ ଦେଇଥିଲି। ପରେ ଅମିତାଭ କୌଣସି ମତେ ଜାଣିପାରିଥିଲେ ଯେ ମୁଁ ପଇସା ଦେଇ ପୁରସ୍କାର କିଣିଥିଲି।

ଅବଶ୍ୟ ପରବତ୍ତୀର୍ ସମୟରେ ଅନେକ ଥର ରୁଷି କପୁର ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମାତ୍ର ୨୧-୨୨ ବର୍ଷର ହୋଇଥିବାରୁ ପଇସାକୁ କେଉଁଠି ଖର୍ଚ୍ଚ କରାଯିବ, ତାହା ତାଙ୍କୁ ଜଣାନଥିଲା। ତେଣୁ ଏମିତି ଏକ କାମ କରି ଦେଇଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଆଜିର ତାରିଖରେ (୨୦୨୦, ଏପ୍ରିଲ ୩୦)ରେ ସମସ୍ତଙ୍କ ପ୍ରିୟ ରୁଷି କପୁର ଚିର ନିଦ୍ରାରେ ଶୋଇ ଯାଇଥିଲେ।

The post କାହିଁକି ରୁଷିଙ୍କ ଉପରେ ରାଗି ଯାଇଥିଲେ ଅମିତାଭ appeared first on Odisha Reporter.



from Odisha Reporter https://ift.tt/3vqu0Ik

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages