ଭଦ୍ରକ(ପାର୍ଥ ସାରଥୀ ନାୟକ) ପ୍ରଥମେ ପ୍ରେମ। ପରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ। ମନ ବୁଝିଗଲା ପରେ ଲୁଚି ବୁଲିଲେ ପ୍ରେମିକ। ପ୍ରେମିକା ବିବାହ ପାଇଁ ଜିଦ ଧରିବାରୁ ମାରିଦେବାକୁ ଧମକ ବି ଦେଲେ। ଶେଷରେ ନ୍ୟାୟ ପାଇଁ ପ୍ରେମିକାର ପରିବାର ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବନ୍ତ ଥାନା ଅନ୍ତର୍ଗତ ନୀଳକ ପଂଚାୟତ ସରପଞ୍ଚଙ୍କ ପୁଅ ଦେବାଶିଷ ମହାନ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡିତା ପ୍ରତିବାଦ କରିବାରୁ ଅଭିଯୁକ୍ତ ଓ ତାଙ୍କ ସାଙ୍ଗମାନେ ଧମକ ଦେଇ ଯାହା କୁହାଯିବ ସେଇଆ କରିବୁ ବୋଲି କହିଥିଲେ। ଏହାପରେ ଦେବାଶିଷ ଓ ତାଙ୍କ ବନ୍ଧୁଙ୍କ ମୋବାଇଲ ସ୍ୱିଚ ଅଫ କରି ଦେଇଥିଲେ।
କୌଣସି ଯୋଗାଯୋଗ ନହେବାରୁ ଗତ ଏପ୍ରିଲ ୨୪ ରିଖରେ ନ୍ୟାୟ ପାଇଁ ବନ୍ତ ଥାନାରେ ପ୍ରତାରଣା କରିଥିବା ପ୍ରେମିକ, ତାର ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ନାମରେ ଏତଲା ଦେଇଥିଲେ ପୀଡିତା। କିନ୍ତୁ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପୀଡିତା ବାଧ୍ୟହୋଇ ଗତକାଲି ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ ଅଭିଯୋଗ ଜଣାଇଛନ୍ତି। ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିବାକୁ ଆରକ୍ଷୀ ଅଧିକ୍ଷକ ବନ୍ତ ଥାନାଧିକାରିଣୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ପୀଡିତା।
The post ନେତା ପୁଅ ସହ ଲାଗିଥିଲା ଭାବ, ମିଳିଲା ଧୋକା appeared first on Odisha Reporter.
from Odisha Reporter https://ift.tt/2PAfhLM
No comments:
Post a Comment