ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର । ଆସନ୍ତା ମେ ୧୮ରୁ ଜୁନ୍ ୧୨ ଯାଏ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବା ଥିବା ବେଳେ ତା’ ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେଠାରେ ପରୀକ୍ଷା କରାଯିବ ନାହିଁ ବୋଲି ମଧ୍ୟ ସିଏଚ୍ଏସଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।
ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ଶିକ୍ଷା ପରିଷଦ ପାଖରେ ଦାଖଲ କରିବାକୁ ହେବ। ଏହି ରିପୋର୍ଟ ଦାଖଲ କରାନଗଲେ, ସଂପୃକ୍ତ କଲେଜରେ ହେଉଥିବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ । ଏହାସହ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁାପରିଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
The post ‘ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର’ appeared first on Odisha Reporter.
from Odisha Reporter https://ift.tt/3aalhBV
No comments:
Post a Comment