ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ବାଲିସଂକରା ବ୍ଲକ ଲୁଲୁକିଡ଼ିହି ଏବଂ ବନଡେଗାର କିଛି ଅଂଚଳରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ସେହି ସବୁ ଅଂଚଳକୁ ନୋ ଆକ୍ସେସ୍ ଜୋନ ବା micro containment ଜୋନ ଭାବରେ ଘୋଷଣା କରିଛି। ଗତକାଲିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳ ରେ କଟକଣା ଜାରି ରହିବ। ଏହା ସହିତ ଯାନବାହନ ଚଳାଚଳ ଏବଂ ଲୋକଙ୍କ ଯାତାୟତ ଉପରେ କଟକଣା ରହିବ। କେବଳ ସ୍ୱାସ୍ଥ୍ୟକର୍ମୀ, ଅନୁମତି ପ୍ରାପ୍ତ ଅଧିକାରୀ ଓ ସେବା ଯୋଗାଣକାରୀଙ୍କୁ ଅନୁମତି ରହିଛି ।
ଏନେଇ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ବନଡେଗା ଗ୍ରାମପଞ୍ଚାୟତର ମୂର୍କିଆ ବସ୍ତିପଡାରେ ୧୯ ଜଣ କରୋନା ସଂକ୍ରମିତ ଏବଂ ଉଲଟୁଡ଼ିହି, ଫିଟିଙ୍ଗପଡା ଓ ବସ୍ତିପଡାରେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୁଲ୍କିଡ଼ିହି ହାଇସ୍କୁଲ ନିକଟରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଦୁଇ ଅଂଚଳର ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ଜଣାପଡିଛି।
ସେପଟେ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ ଏବଂ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଗତକାଲି ରାତି ୧୦ଟାରୁ ଆଜି ଭୋର ୫ଟା ପର୍ଯ୍ୟନ୍ତ କରାଯାଇଛି କଟକଣା। ଜରୁରୀ କାମ ନଥାଇ ଘରୁ ବାହାରକୁ ବାହାରୁଥିବା ଅମାନିଆଙ୍କୁ ଛକ ଛକରେ ଜଗିଥିଲା ପୁଲିସ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯାଇଥିଲା । ଏଥିପାଇଁ ଏହି ୧୦ ଜିଲ୍ଲାରେ ରାତି ସାରା ପୁଲିସ ଫୋର୍ସ ମୁତୟନ ରହିଥିଲେ।
The post ଘୋଷଣା ହେଲା ନୋ ଆକ୍ସେସ୍ ଜୋନ, ଲାଗୁ ହେଲା ଏହି ସବୁ କଟକଣା appeared first on Odisha Reporter.
from Odisha Reporter https://ift.tt/3urabQU
No comments:
Post a Comment