ବ୍ରିଟେନ୍‌ରେ କରୋନା ଟିକା ନେଇ ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ବ୍ରିଟେନ୍‌ରେ କରୋନା ଟିକା ନେଇ ୭ ମୃତ

ଲଣ୍ଡନ: ଚାରିଆଡେ ଏବେ ଜାରି ରହିଛି କରୋନାର ପ୍ରକୋପ। ମହାମାରୀକୁ ମାତ୍‌ ଦେବା ପାଇଁ ଟିକାକରଣ ମଧ୍ୟ ଚାଲିଛି। ତେବେ ଏହାରି ଭିତରେ ଏକ ଭୟଙ୍କର ଖବର ସାମ୍ନାକୁ ଆସିଛି। ବ୍ରିଟେନ୍‌ରେ ଟିକା ନେଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ଅନେକ ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଛି।

ବ୍ରିଟେନରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା କଂପାନି ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ନେବା ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ମେଡିସିନ୍‌ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନ୍ସି ଶନିବାର ଏନେଇ ଘୋଷଣା କରିଛି।

ଏଜେନ୍ସିର କହିବା ମୁତାବକ, ଦେଶରେ ଯେତିକି ଲୋକଙ୍କୁ ଏହି ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ୩୦ ଜଣଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ସେମାନଙ୍କ ଭିତରୁ ୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ସୂଚନାଯୋଗ୍ୟ, କୋଭିସିଲ୍ଡ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ ଆସିବା ପରେ ୟୁରୋପର ଅନେକ ଦେଶରେ ଏହି ଟିକାର ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି । ନେଦରଲ୍ୟାଣ୍ଡ ଶୁକ୍ରବାର ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ ନାହିଁ ବୋଲି ଘୋଷଣା କରିଛି ।

ସେପଟେ ବ୍ରିଟେନ୍‌ କିନ୍ତୁ ଏହି କରୋନା ଟିକାକୁ ନିରାପଦ ବୋଲି ଘୋଷଣା କରିଛି। ଏହା ସବୁ ବର୍ଗର ଲୋକଙ୍କ ପାଇଁ ସୁରକ୍ଷିତ ବୋଲି କହିଛି। ୟୁରୋପିଅ ସଂଘ ମଧ୍ୟ ଏହି ଟିକା ସୁରକ୍ଷିତ ବୋଲି କହିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍‌ରେ ୩ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଛି । ସେଥିମଧ୍ୟରୁ  ୧ କୋଟି ୮୦ ଲକ୍ଷ ଲୋକଙ୍କୁ କେବଳ ଆଷ୍ଟ୍ରାଜେନିକା ଟିକା ଦିଆଯାଇଛି।

The post ବ୍ରିଟେନ୍‌ରେ କରୋନା ଟିକା ନେଇ ୭ ମୃତ appeared first on Odisha Reporter.



from Odisha Reporter https://ift.tt/3cK4MhH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages