ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ଗତକାଲି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩. ୨ ଡିଗ୍ରୀ ରେକର୍ଡ ହୋଇଛି । ୪୨ ଡିଗ୍ରୀ ଉପରେ ରହିଛି ୬ ସହର। ଝାରସୁଗୁଡ଼ା ୪୨.୮, ବଲାଙ୍ଗିର ୪୨.୫, ସମ୍ବଲପୁର ୪୨.୩, ଅନୁଗୁଳ ୪୨.୧, ଭୁବନେଶ୍ୱର ୩୯.୫, କଟକ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି।
ଆଜି କିଛି ସ୍ଥାନରେ କାଳବୈଶାଶୀର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ଏହାକୁ ନେଇ କେନ୍ଦୁଝରପ, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଡହଳବିକଳ ହେଉଛନ୍ତି। ଅତ୍ୟଧିକ ଖରା ଯୋଗୁଁ ସକାଳ ୧୦ଟା ପରେ ଆଉ ପଦାକୁ ବାହାରି ହେଉନାହିଁ । ନିହାତି ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ମଧ୍ୟାହ୍ନ ୧୨ଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି। ପ୍ରବଳ ଖରା ଯୋଗୁଁ ସହରକୁ ଅାସୁଥିବା ଲୋକ ଶୋଷରେ ଆଉଟୁପାଉଟୁ ହେବା ସହ ବିଭିନ୍ନ ଦୋକାନ ବଜାରରେ ଆଶ୍ରୟ ନେଉଛନ୍ତି ।
ପ୍ରଚଣ୍ଡ ଖରା ଯୋଗୁଁ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଗୋଟିଏ ପଟେ ସପ୍ତାହାନ୍ତ ସଟଡାଉନ, ତା ସାଙ୍ଗକୁ ପ୍ରବଳ ଖରା ଯାହା ଫଳରେ ବଜାରରେ ଆଉ ଲୋକଙ୍କ ଦେଖା ମିଳୁନି ।
The post ଜଳୁଛି ସାରା ଓଡ଼ିଶା; ଆଜି ହୋଇପାରେ କାଳବୈଶାଶୀ appeared first on Odisha Reporter.
from Odisha Reporter https://ift.tt/330el6o
No comments:
Post a Comment