ଜିମିଙ୍କ ନାଁରେ ଥାନାରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

ଜିମିଙ୍କ ନାଁରେ ଥାନାରେ ମାମଲା ରୁଜୁ

ଲୁଧିଆନା: ବଲିଉଡ ଅଭିନେତା ଜିମି ଶେରଗିଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି ମାମଲା। କୋଭିଡ-୧୯ କଟକଣାକୁ ଉଲ୍ଲଂଘନ କରି ଫିଲ୍ମ ଶୁଟିଂ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ସହିତ ଆଉ ତିନି ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ପଞ୍ଜାବର କୋତୱାଲି ଥାନାରେ ଜିମି ଓ ତାଙ୍କ ଟିମ୍‌ର ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଥାନାର ଜଣେ ଅଧିକାରୀ କହିଛନ୍ତି,ମଙ୍ଗଳବାର ରାତିରେ କର୍ଫ୍ୟୁ ଲାଗିଥିବା ବେଳେ ପୁରୁଣା ପରିବା ମାର୍କେଟ ନିକଟରେ ଏକ ସ୍କୁଲରେ ଜିମି ଫିଲ୍ମ ଶୁଟିଂ କରୁଥିଲେ। ଏ ସଂପର୍କରେ ସୂଚନା ପାଇ ପୁଲିସ‌୍‍ ସେଠାରେ ପହଂଚିଥିଲା। ସେତେବେଳେ ସେଠାରେ ଶହେରୁ ଅଧିକ ଲୋକ ଥିଲେ।

ଏହି ଥାନା ଅଧିକାରୀ ଜଣଙ୍କ କହିଛନ୍ତି, ସରକାରୀ ନିଦ୍ଦେର୍ଶକୁ ଅବଜ୍ଞା କରିବା ନେଇ ମହାମାରୀ ଆକ୍ଟର ବିଭିନ୍ନ ଧାରାରେ ଜିମି ଓ ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ରଜୁ କରାଯାଇଛି। ଅନ୍ୟପକ୍ଷରେ ଏନେଇ ଜିମିଙ୍କ ପ୍ରତିକ୍ରିୟା ମିଳିନାହିଁ।

 

The post ଜିମିଙ୍କ ନାଁରେ ଥାନାରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3nHi5DH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages