ମୁମ୍ବାଇ: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ମହାମାରୀ। ଚାରିଆଡେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ବଲିଉଡ ଇଣ୍ଡଷ୍ଟ୍ରୀ ମଧ୍ୟ ବାଦ୍ ପଡିନି। ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଏହାରି ଭିତରେ ଏବେ ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କୁ ମଧ୍ୟ କରୋନା ଚିନ୍ତା ଘାରିଛି।
ସଲମାନଙ୍କ ଅପ୍କମିଂ ଫିଲ୍ମ `ରାଧେ’ର ରିଲିଜ୍କୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। କରୋନା କାଳରେ ବଡ ପରଦାରେ ରିଲିଜ ହେବାକୁ ଥିବା ସବୁଠୁ ବଡ ଫିଲ୍ମକୁ ଦେଖିବା ପାଇଁ ଚାହିଁ ବସିଛନ୍ତି ଦର୍ଶକ । ତେବେ ଏହାରି ଭିତରେ ସଲମାନଙ୍କ ଏହି ଫିଲ୍ମ ଉପରେ ଏବେ କରୋନା ଗ୍ରହଣ ଲାଗିଛି। ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚିପାରେ ବୋଲି ଶୁଣିବାକୁ ମିଳିଛି।
ଏକ ସାକ୍ଷାତକାର୍ରେ ଚଳିତ ଇଦ୍ ଅବସରରେ ହିଁ `ରାଧେ’ ଫିଲ୍ମକୁ ରିଲିଜ କରିବା ପାଇଁ ସଲମାନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଯଦି ଆଗକୁ ମୁମ୍ବାଇରେ ଏଭଳି ଲକଡାଉନ୍ ଜାରି ରୁହେ ଏବଂ କରୋନା ଆକ୍ରାନ୍ତଙ୍କ ମାମଲା ବଢ଼ିଚାଲେ କିମ୍ବା ପରିସ୍ଥିତି ଖରାପ ହୁଏ ତେବେ ଫିଲ୍ମର ରିଲିଜ ଡେଟ୍ ଘୁଞ୍ଚାଇବାକୁ ପଡିବ। ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷ ଇଦ୍ରେ ଫିଲ୍ମକୁ ରିଲିଜ କରିବାକୁ ପଡିବ ବୋଲି ସଲମାନ କହିଛନ୍ତି।
ଏଥିସହ ସଲମାନ ନିଜ ପ୍ରଶଂସକଙ୍କୁ କରୋନାଠାରୁ ବଞ୍ଚି ରହିବା ପାଇଁ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଖୁବଶୀଘ୍ର ସବୁକିଛି ଠିକ୍ ହୋଇଯିବ ବୋଲି ସେ ଆଶା କରିଛନ୍ତି।
ମୁମ୍ବାଇରେ ବଢ଼ୁଥିବା କରୋନାର ମାମଲାକୁ ଦୃଷ୍ଟିରେ ରଖି ସଲମାନଙ୍କ ଏଭଳି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ଏବେ ଅନେକ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ଦୀର୍ଘ ଦିନ ଧରି ଯେଉଁ ଫିଲ୍ମକୁ ସେମାନେ ଅପେକ୍ଷା କରି ବସିଥିଲେ, ସେଥିପାଇଁ ତାଙ୍କୁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି।
View this post on Instagram
The post ସଲମାନଙ୍କୁ ଘାରିଲା କରୋନା ଚିନ୍ତା, କହିଲେ-ପରିସ୍ଥିତି ଖରାପ ହେଲେ, ଆର ଇଦ୍କୁ ଦେଖିବା appeared first on Odisha Reporter.
from Odisha Reporter https://ift.tt/3fStfn6
No comments:
Post a Comment