ପୋଖରୀରୁ ଠାବ ହେଲା କଙ୍କାଳ, ବେକରେ ଲାଗିଛି ଓଢଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ପୋଖରୀରୁ ଠାବ ହେଲା କଙ୍କାଳ, ବେକରେ ଲାଗିଛି ଓଢଣୀ

ଯାଜପୁର(ଗୁଲାମ ଗସ୍‌): ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ  ପୋଖରୀରୁ ଏକ  କଙ୍କାଳ ଠାବ କରାଯାଇଛି।  ଏହି କଙ୍କାଳଟି  କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।

ଖବର ପାଇ ଆଡିସନାଲ ଏସ୍‌ପିଙ୍କ ସମେତ ସଦର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।  ହେଲେ ମୃତଦେହ ପୁରୁଷ କିମ୍ବା ମହିଳାଙ୍କର ସ୍ପଷ୍ଟ ହୋଇ ପାରି  ନ ଥିବା ବେଳେ ଏଥିନିମନ୍ତେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ, ଯାଜପୁର ଟାଉନ ଥାନାରେ ଜଣେ ମହିଳା ନିଜ ଝିଅ ନିଖୋଜ ନେଇ ୬ ମାସ ପୂର୍ବେ ଅଭିଯୋଗ କରିଥିଲେ। କୁମାର ପୂର୍ଣ୍ଣିମା ପରଠୁ ମହିଳାଙ୍କ ଝିଅ ଜଣେ ଯୁବକ ସହ ଫେରାର ହୋଇଯାଇଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଥିଲେ। ମାତ୍ର ସେବେଠୁ ସେ ଝିଅର ପତ୍ତା ପାଉ ନାହାନ୍ତି। ତେଣୁ ଉକ୍ତ କଙ୍କାଳ ତାଙ୍କ ଝିଅର ହୋଇଥାଇପାରେ ବୋଲି ମହିଳାଜଣକ ପୁଲିସ୍‌କୁ ଜଣାଇଛନ୍ତି।

ପ୍ରାୟ ୮ରୁ ୧୦ ଦିନ ପୂର୍ବରୁ କେହି ହତ୍ୟା କରି ମୃତଦେହ ସେଠାରେ ଫୋପାଡ଼ି ଦେଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ଆଜି ହଠାତ୍‌ ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରି ସେମାନେ କଙ୍କାଳ ପାଇ ପୁଲିସ୍‌କୁ ଖବର ଦେଇଥିଲେ।  ।

ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତରୁ ମୃତଦେହଟି କାହାର ଓ କିପରି ମୃତ୍ୟୁ ହେଲା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

The post ପୋଖରୀରୁ ଠାବ ହେଲା କଙ୍କାଳ, ବେକରେ ଲାଗିଛି ଓଢଣୀ appeared first on Odisha Reporter.



from Odisha Reporter https://ift.tt/3t6gt8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages