ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ଏହି ସୂଚନା ଦେଇଛି। ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ୪୦ ପ୍ରତିଶତ। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।
ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ (ଜୁନରୁ ସେପ୍ଟେମ୍ବର) ମଧ୍ୟରେ ହାରାହାରି ବୃଷ୍ଟିପାତ ୯୬ ରୁ ୧୦୪ ପ୍ରତିଶତ ମଧ୍ୟରେ ରହିପାରେ। ଯାହାକି ସ୍ୱାଭାବିକ। ୧୯୬୧-୨୦୧୦ ମଧ୍ୟରେ ଦେଶରେ ହୋଇଥିବା ମୌସୁମୀ ବୃଷ୍ଟିପାତର ହାରାହାରିକୁ ଦୀର୍ଘକାଳୀନ ଅବଧି ହାରାହାରି ଭାବେ ପାଣିପାଗ ବିଭାଗ ହିସାବ କରିଥାଏ। ଏହି ହିସାବ ଅନୁସାରେ ମୌସୁମୀ ଋତୁରେ ୮୮ ସେଣ୍ଟିମିଟର ବା ୮୮୦ ମିଲିମିଟର ବର୍ଷା ହେଲେ ତାହାକୁ ଦୀର୍ଘକାଳୀନ ହାରାହାରି ହାରାହାରି କୁହାଯାଏ।
ଜୁନରୁ ସେପ୍ଟେମ୍ବର ମଧ୍ୟରେ ଚାରି ମାସର ବୃଷ୍ଟିପାତ ପାଇଁ ପ୍ରଥମ ଲଙ୍ଗ୍ ରେଞ୍ଜ୍ ପୂର୍ବାନୁମାନ ପ୍ରକାଶ କରିବାବେଳେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ କହିଛନ୍ତି, “ଦୀର୍ଘକାଳୀନ ହାରାହାରି ହିସାବରେ ଚଳିତ ବର୍ଷ ମୌସୁମୀ ଋତୁରେ ୯୮ ପ୍ରତିଶତ ବର୍ଷା ହେବ। ଯାହା ସ୍ୱାଭାବିକ ମୌସୁମୀ ଭାବେ ଗୃହୀତ ହୋଇଥାଏ। ଯଦି ଏଭଳି ହେବ ତାହେଲେ ଦେଶ ପାଇଁ ଭଲ ଖବର। ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହେଲେ ଦେଶରେ କୃଷି ଉତ୍ପାଦନ ଭଲ ହେବାରେ ସାହାଯ୍ୟ କରିବ। ” ତେବେ ଏହା ୫ ପ୍ରତିଶତ କମ୍ ବେଶୀ ହୋଇପାରେ।
ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି। ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।
ଆସନ୍ତା ମେ ୧୫ ତାରିଖରେ ପାଣିପାଗ ବିଭାଗ ପୁଣି ଥରେ ଆସନ୍ତା ମୌସୁମୀ ବୃଷ୍ଟିପାତ ନେଇ ପୂର୍ବାନୁମାନ କରିବ। କେରଳରେ କେବେ ମୌସୁମୀ ପ୍ରବେଶ କରିବ ତାହା ସେହିଦିନ ଘୋଷଣା କରାଯିବ। ସେହିପରି ମେ ଶେଷ ସପ୍ତାହରେ ବିଭିନ୍ନ ରାଜ୍ୟରେ କେବେ ମୌସୁମୀ ପହଂଚିବ ତାହାର ଆକଳନ ପ୍ରକାଶ କରାଯିବ। ଜୁନ୍ ମାସରେ ପୁଣି ଥରେ ମୌସୁମୀ ନେଇ ବିବରଣୀ ପ୍ରଦାନ କରିବ ପାଣିପାଗ ବିଭାଗ।
Forecast for the 2021 South-west Monsoon Rainfallhttps://t.co/Ixqf1jWTTf pic.twitter.com/qUBjpK87TG
— India Meteorological Department (@Indiametdept) April 16, 2021
The post ଚାଷୀଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ appeared first on Odisha Reporter.
from Odisha Reporter https://ift.tt/3wVnPxP
No comments:
Post a Comment