ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ଅନେକ ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଏବେ ଯେଉଁ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି, ତାହା ନିଶ୍ଚିତ ଡରାଇ ଦେବ। କରୋନା ଯେ କେବଳ ବୟସ୍କଙ୍କୁ ଆକ୍ରାନ୍ତ କରୁଛି, ତାହା ନୁହେଁ ଏହି ମହାମାରୀ ଏବେ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଆକ୍ରମଣ କରୁଛି। ଏପରିକି ୧୮ ବର୍ଷରୁ କମ୍ ବୟସର ପିଲା ବି ସଂକ୍ରମିତ ହେଉଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ସେ ସୂଚନା ଦେଇଛନ୍ତି ଯେ, ପ୍ରଥମ ଲହର୍ ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଦ୍ରୁତରେ ବ୍ୟାପୁଛି। ଏହା ବହୁତ ଶୀଘ୍ର ଲୋକଙ୍କୁ ସଂକ୍ରମଣ କରୁଛି। ତେଣୁ ସମସ୍ତେ କୋଭିଟ୍ ପ୍ରୋଟୋକଲ୍ ମାନନ୍ତୁ। ବର୍ତ୍ତମାନ ଯେଉଁ ସଂକ୍ରମଣ ଚାଲିଛି, ସେଥିରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୮ ପ୍ରତିଶତ ଯୁବକ ମହାମାରୀରେ ସଂକ୍ରମିତ ହେଉଛନ୍ତି। ବିଶେଷ କରି ୧୮ ବର୍ଷରୁ କମ୍ ବୟସର ପିଲା ଓ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି।
ପୂର୍ବ ସଂକ୍ରମଣରେ ଯଦି ଶିଶୁମାନେ ଆକ୍ରାନ୍ତ ହେଉଥିଲେ, ତାହା ବେଶୀ ସିରିୟସ ହେଉନଥିଲା। କିନ୍ତୁ ଏବେ ଯେଉଁ ନୂଆ ସଂକ୍ରମଣ ଆସିଛି, ତାହା ଅତ୍ୟନ୍ତ ମାରାତ୍ମକ। ଏହି ସଂକ୍ରମଣ ଦ୍ୱାରା ଶରୀରରେ ଗୁରୁତର ଲକ୍ଷଣ ଦେଖା ଦେଉଛି। ଯଦି ସେମାନଙ୍କୁ ଠିକ୍ ସମୟରେ ଚିକିତ୍ସା କରାନଗଲା, ତାହେଲେ ଜୀବନ ପ୍ରତି ବିପଦ ରହିଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।
ସେହିପରି ବିଜୟ ପାଣିଗ୍ରାହୀ ଟିକାକୁ ନେଇ କହିଛନ୍ତି, ଗତକାଲି ୧ ହଜାର ୫୦ କେନ୍ଦ୍ରରେ ଟିକା ଦିଆଯାଇଛି। ଆଜି ୭ ଶହ କେନ୍ଦ୍ରରେ ଟିକାକରଣ କରାଯାଉଛି। ଟିକା ଅଭାବରୁ ୮ ଶହ କେନ୍ଦ୍ର ବନ୍ଦ ଅଛି। କୋରାପୁଟ ଜିଲ୍ଲାରେ ପୁରା ବନ୍ଦ ଅଛି ଟିକାକରଣ। ଆଜିଜି ୩ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷ ୧୦ ହଜାର ୭୮୦ ଲୋକଙ୍କୁ ଟିକା ଦିଆଗଲାଣି।
ଅନ୍ୟପକ୍ଷରେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଲୋକେ ସଚେତନ ନ ହେଲେ ଆଗକୁ ଅଧିକ ସଂକ୍ରମଣ ହେବ। ପ୍ରଥମ ଲହର ଧୀରେ ଧୀରେ ବ୍ୟାପୁଥିଲା, କିନ୍ତୁ ଦ୍ୱିତୀୟ ଲହରି ଦ୍ରୁତ ଗତିରେ ବ୍ୟାପୁଛି। ଭାଇରସ୍ ଏବେ ନିଜ ରୂପ ବଦଳାଇ ବୟସ୍କଙ୍କ ଅପେକ୍ଷା ଯୁବ ଗୋଷ୍ଠୀଙ୍କୁ ଅଧିକ ସଂକ୍ରମିତ କରୁଛି।
The post ଆସିଲା ସାଙ୍ଘାତିକ ତଥ୍ୟ, ଏହି ବୟସ ବର୍ଗକୁ ଅଧିକ ସଂକ୍ରମିତ କରୁଛି କରୋନା appeared first on Odisha Reporter.
from Odisha Reporter https://ift.tt/3dpycSO
No comments:
Post a Comment