୨୦୨୧ରେ ଭାରତର ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

୨୦୨୧ରେ ଭାରତର ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିବ। ଯାହାକି ଚାଇନା ତୁଳନାରେ ଅଧିକ ମଜବୁତ। କରୋନା ପାଇଁ ସାରା ଦେଶରେ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଏଭଳି ଆକଳନ କରିଛି ଇଣ୍ଟେରନେଶନାଲ ମନିଟାରୀ ଫଣ୍ଡ (ଆଇଏମଏଫ)। ଓ୍ୱାଶିଂଟନର ଏହି ଆର୍ଥିକ ରେଟିଂ ଏଜେନ୍ସି ଚଳିତ ବର୍ଷ ଓ୍ୱାର୍ଲଡ ଇକୋନମିକ ଆଉଟଲୁକରେ ଏହା କହିଛି। ତେବେ ୨୦୨୨ରେ ଭାରତର ଅର୍ଥନୀତି ୬.୯ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରିଛି ଏହି ସଂସ୍ଥା।

୨୦୨୦ରେ ଭାରତର ଅଭିବୃଦ୍ଧି ହାର ୮ ପ୍ରତିଶତ ପ୍ରଭାବିତ ହୋଇଥିଲା। ଏବେ ଏଥିରେ ସୁଧାର ଆସିବ ବୋଲି ଆଇଏମଏଫ ଆକଳନ କରିଛି। ସେହିପରି କୋଭିଡର କେନ୍ଦ୍ର ସ୍ଥଳ କୁହାଯାଉଥିବା ଚାଇନାର ଅଭିବୃଦ୍ଧି ହାର କିନ୍ତୁ ଗତବର୍ଷ ସେତେଟା ପ୍ରଭାବିତ ହୋଇନଥିଲା। ବିଶ୍ୱରେ ଏକମାତ୍ର ଦେଶ ଭାବରେ ଚାଇନାର ଅଭିବୃଦ୍ଧି ହାର ଗତବର୍ଷ ୨.୩ ପ୍ରତିଶତ ରହିଛି। ୨୦୨୧ରେ ଏହା ୮.୬ ପ୍ରତିଶତ ଏବଂ ୨୦୨୨ରେ ୫.୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରିଛି ଆଇଏମଏଫ।

ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି, ପୂର୍ବ ଆକଳନ ତୁଳନାରେ ଏବେ ୨୦୨୧ ଏବଂ ୨୦୨୨ ରେ ବିଶ୍ୱର ଅର୍ଥନୀତି ଭଲ ଭାବରେ ରିକୋଭରୀ କରୁଛି। ୨୦୨୧ରେ ସାରା ବିଶ୍ୱର ଅଭିବୃଦ୍ଧି ୬% ଏବଂ ୨୦୨୨ରେ ଏହା ୪.୪% ରହିବ ବୋଲି ଆକଳନ କରଯାଇଛି। ୨୦୨୦ରେ ବିଶ୍ୱର ଅର୍ଥନୀତି ୩.୩ ପ୍ରତିଶତ ପ୍ରଭାବିତ ହୋଇଥିଲା।

ଯଦିଓ କରୋନାର ପ୍ରକୋପ ପୁଣିଥରେ ଭାରତ ସମେତ ସାରା ବିଶ୍ୱରେ ଦେଖିବାକୁ ମିଳିଛି ହେଲେ ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ପୁଣି ଥରେ ରିକୋଭରୀ କରୁଥିବା ଦେଖିବାକୁ ମିଳିଛି। ଭାରତର ଅଭିବୃଦ୍ଧି ଉପରେ ଆଇଏମଏଫ ଏଭଳି ଆକଳନ କରିବା ପୂର୍ବରୁ ଏହାର ମୁଖପାତ୍ର ଗେରି ରାଇସ କହିଥିଲେ, ଭାରତର ଅଭିବୃଦ୍ଧି ହାର ସକାରାତ୍ମକ ରହିଛି। ୨୦୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ରିପୋର୍ଟରେ ଅଭିବୃଦ୍ଧି ହାର ନେଗେଟିଭରୁ ପଜିଟିଭ ଆସିଯିବ।

ସେହିପରି ନିକଟରେ ଆର୍ଥିକ ରେଟିଂ ଏଜେନ୍ସି ମୁଡିଜ କହିଥିଲା ଭାରତରେ କରୋନା କଟକଣା କୋହଳ ହେବା ପରେ ଦେଶରେ ପୁଞ୍ଜି ନିବେଶ ବଢ଼ିବା  ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ୨୦୨୧ରେ ଘରୋଇ ଡିମାଣ୍ଡ ଅଧିକ ବଢ଼ିବ। ଆଉ ୨୦୨୧ରେ ଭାରତର ଅଭିବୃଦ୍ଧି ହାର ୧୨ ପ୍ରତିଶତ ରହିବ ବୋଲି ଆକଳନ କରିଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଚାଇନାକୁ ଛାଡ଼ି ଦେଲେ ଅନ୍ୟାନ୍ୟ ଦେଶର ଅଭିବୃଦ୍ଧି ହାର ଭୁଶୁଡ଼ି ପଡ଼ିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି। ତେବେ ବିଭିନ୍ନ ଦେଶରେ ସ୍ଥିତି ତୁଳନାରେ ଭାରତର ଆର୍ଥିକ ସ୍ଥିତିରେ ଅଧିକ ସୁଧାର ଆସୁଥିବା ଦେଖିବାକୁ ମିଳିଛି।

ଏବେ କିନ୍ତୁ କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଦେଖିବାକୁ ମିଳିଛି। ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଏବଂ ଲକଡାଉନ୍ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଆଗାମୀ ଦିନରେ ଏହାର ପ୍ରଭାବ ଅଭିବୃଦ୍ଧି ହାର ଉପରେ ପଡ଼ିପାରେ।

The post ୨୦୨୧ରେ ଭାରତର ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିପାରେ appeared first on Odisha Reporter.



from Odisha Reporter https://ift.tt/3fRTcmC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages