ମୁମ୍ବାଇ: ବଲିଉଡରେ ଏବେ କରୋନା ସଙ୍କଟ ଦେଖାଦେଇଛି। ଜଣଙ୍କ ପରେ ଜଣେ କଳାକାର କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ଏହି ତାଲିକାରେ ଇଣ୍ଡିଆନ ଆଇଡଲର ପ୍ରଥମ ବିଜେତାଙ୍କ ନାଁ ସାମିଲ ହୋଇଛି। ଇଣ୍ଡିଆନ ଆଇଡଲ ସିଜିନ୍ ୱାନ୍ର ବିଜେତା ତଥା ବଲିଉଡ ଗାୟକ ଅଭିଜିତ ସାୱନ୍ତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।
ସେ ଟୁଇଟ୍ କରି ଲେଖିଛନ୍ତି ଯେ, ତାଙ୍କ କୋଭିଟ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ସୁସ୍ଥ ଅଛନ୍ତି। ଆପଣମାନେ ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ସେ ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି।
ଅଭିଜିତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ସେ ମଜାଳିଆ ଢ଼ଙ୍ଗରେ କହିଛନ୍ତି, କରୋନା ଆଗାମୀ ୧୪ ଦିନ ପାଇଁ ତାଙ୍କର ବନ୍ଧୁ ସାଜିଛି। ସେ ସାଧାରଣ ରୂପେ ବେଶ୍ ପଜିଟିଭ କିନ୍ତୁ ଏବେ ସେ କୋଭିଡ-୧୯ ପଜିଟିଭ ହୋଇଗଲେ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଯାଂଚ କରନ୍ତୁ। କାରଣ ଏହା ଅନ୍ୟକୁ ସଂକ୍ରମିତ କରିବା ଭୟ ରହିଛି। ତେଣୁ ବାରମ୍ବାର ହ୍ୟାଣ୍ଡ ସାନିଟାଇଜ କରିବା ସହ ସର୍ବଦା ମାସ୍କ ପିନ୍ଧି ରହିବା ପାଇଁ ସେ ଅପିଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, କରୋନାର ସେକେଣ୍ଡ ୱେଭ ଅନେକ ରାଜ୍ୟକୁ ପ୍ରଭାବିତ କରିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ବଲିଉଡ କଳାକାରଠାରୁ ଆରମ୍ଭ କରି ଟେଲିଭିଜନ କଳାକାର ଯାଏଁ ସମସ୍ତେ କରୋନାର କବଳରେ ପଡିଛନ୍ତି। ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ ଠାରୁ ଆରମ୍ଭ କରି ଅବରାର କାଜି, କନିକା ମାନ, ରାଜବିର ସିଂହ, ଶୁଭାଙ୍ଗି ଅନ୍ତେ, କାଞ୍ଚି ସିଂହଙ୍କ ସମେତ ଅନେକ ଟିଭି ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
I tested Covid positive.. Be safe take all precautions. Don’t ignore wearing mask #CoronavirusIndia #COVIDSecondWave #Govinda #bollywoodsinger #Bollywood
— Abhijeetsawant (@abhijeetsawant5) April 5, 2021
The post ଇଣ୍ଡିଆନ ଆଇଡଲ୍ ବିଜେତାଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/39NAIQn
No comments:
Post a Comment