ଆଇଆଇସି କହିଲେ, ‘ମୋର ଗୋଡ଼ ନାହିଁ, ମୁଁ ନାଚିନି, ପିଲାଟିକେ ଡେଇଁଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 6, 2021

ଆଇଆଇସି କହିଲେ, ‘ମୋର ଗୋଡ଼ ନାହିଁ, ମୁଁ ନାଚିନି, ପିଲାଟିକେ ଡେଇଁଲେ’

ଯାଜପୁରଅଭୟ ପତି) : ରଙ୍ଗ ଛିଟାରେ ଖାକି ବର୍ଦ୍ଦି ରଙ୍ଗିନ ହୋଇ ଯାଇଥିବା ବେଳେ ମନ ବି ଥିଲା ବେଶ୍‌ ରଙ୍ଗିନ। ସବୁବେଳେ ଗୁରୁ ଗାମ୍ଭୀର୍ଯ୍ୟ ମୁଡ଼ରେ ରହୁଥିବା ପୁଲିସ୍‌ ବାବୁ ବି ହୋଲିରେ ଟିକେ ହାଲକା ମୁଡ଼କୁ ଚାଲି ଆସିଲେ। ଆଉ ନାଗିନ୍‌ ଡ୍ୟାନ୍ସର ତାଳେ ତାଳେ କମ୍ପିଲା ଥାନା। ଥାନା ଭିତରେ ଏହି ଗୀତରେ ନାଚିଲେ ଥାନାଧିକାରୀଙ୍କଠାରୁ କନେଷ୍ଟବଳ, ମହିଳା ହୋମଗାର୍ଡ ସମସ୍ତେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଏହି ନାଚର ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଭିଡିଓଟି ହୋଲି ବେଳର ହୋଇଥିବା ବେଳେ ଏବେ ଭାଇରାଲ ହେବା ପରେ ଥାନା ଭିତର କଥା ପଦାକୁ ଆସିଛି।   ହୋଲି ଦିନ ପାଣିକୋଇଲି ମେଳଣରେ ଡ୍ୟୁଟି କରିସାରିବା ପରେ ବାବୁମାନେ ମେଳଣରୁ ଅବିର ରଙ୍ଗ ମାରି ହୋଇ ଥାନାକୁ ଆସିଥିଲେ । ଏହାପରେ ଥାନା ଭିତରେ ଆରମ୍ଭ ହୋଇଥିଲା ପୁଲିସ୍‌ ବାବୁଙ୍କ ନାଗିନ ଡ୍ୟାନ୍ସ। ଆଧୁନିକ ଗୀତର ତାଳେତାଳେ ଅଣ୍ଟା ହଲାଇ ନାଚିଲେ ପୁଲିସ୍‌ ବାବୁ । କିଏ ନାଗିନ ଡ୍ୟାନ୍ସ ପୋଜ୍‌ରେ ନାଚୁଥାଏ ତ କିଏ ମହିଳା କର୍ମୀଙ୍କ ସହ ତାଳ ଦେବାକୁ ପଛାଉ ନ ଥିଲେ।

ଖୋଦ ଆଇଆଇସି ମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ଭିଡିଓରେ । ଏହି ଥାନା ଜିଲ୍ଲା ଏସପିଙ୍କ ସରକାରୀ କ୍ୱାର୍ଟରଠାରୁ ମାତ୍ର କୋଡିଏ ମିଟର ଦୂରରେ ଥିବାବେଳେ ଥାନା ଭିତରେ ଏଭଳି ବିଶୃଙ୍ଖଳା କିଭଳି ଚାଲିଛି ଏବଂ ଏସ୍‌ପିଙ୍କ ନଜରକୁ ଏହା କିଭଳି ଆସୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ଆଇଆଇସି ମଧ୍ୟ ସ୍ୱୀକାର କରିଛନ୍ତି।

 

ଏନେଇ ଆଇଆଇସି କହିଛନ୍ତି, “ହୋଲି ଦିନ ଆମ ପିଲା ଟିକେ ଡେଇଁଲେ। ଆମର ଆଉ କ’ଣ ଗୋଡ଼ ଅଛି ନାଚିବୁ।”

The post ଆଇଆଇସି କହିଲେ, ‘ମୋର ଗୋଡ଼ ନାହିଁ, ମୁଁ ନାଚିନି, ପିଲାଟିକେ ଡେଇଁଲେ’ appeared first on Odisha Reporter.



from Odisha Reporter https://ift.tt/2PClVkI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages