ଜଳିଗଲା ବିନା ଡ୍ରାଇଭର୍‌ରେ ଚାଲୁଥିବା କାର୍‌, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

ଜଳିଗଲା ବିନା ଡ୍ରାଇଭର୍‌ରେ ଚାଲୁଥିବା କାର୍‌, ୨ ମୃତ

ୱାଶିଂଟନ:  ବିନା ଡ୍ରାଇଭର୍‌ରେ ଚାଲୁଥିବା କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।  ରାସ୍ତା ଉପରେ ଜଳି ଯାଇଛି ଅଟୋମେଟିକ୍‌ ବ୍ରାଣ୍ଡେଡ୍‌ ଟେସ୍‌ଲା କାର୍‌। ଆମେରିକାର ଟେକ୍ସାସ୍‌ରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଦୁଇ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ, ଗତ ଶନିବାର ଦିନ ଆମେରିକାର ଟେକ୍ସାସ୍‌ ରାସ୍ତାରେ ବିନା ଡ୍ରାଇଭର୍‌ରେ ଚାଲୁଥିଲା ଟେସଲାର ୨୦୧୯ ମଡେଲ୍‌ ଏସ୍‌ର ଏକ ସୌଖୀନ୍‌ କାର୍‌। ତେବେ ଡ୍ରାଇଭର ସିଟ୍‌ରେ କେହି ବସିନଥିବା ବେଳେ ଆଗ ସିଟ୍‌ରେ ଜଣେ ଓ ପଛ ସିଟ୍‌ରେ ଆଉ ଜଣେ ଯାତ୍ରୀ ବସିଥିଲେ। କାର୍‌ଟି ଅଟୋମେଟିକ୍‌ ହୋଇଥିବାରୁ ବିନା ଡ୍ରାଇଭର୍‌ରେ ଥିଲା।

ତେବେ କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ କଏ ବୁଲାଣି ନିକଟରେ ହଠାତ୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏହାପରେ କାର୍‌ଟି ହୁ ହୁ ହୋଇ ଜଳି ଯାଇଥିଲା। ଫଳରେ ଏହି କାର୍‌ରେ ଥିବା ଦୁଇ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ଟେକ୍ସାସ ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଗାଡିରେ କେହି ଡ୍ରାଇଭର ନଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ପରେ ପୁଣି ଥରେ ଟେସ୍‌ଲାର ସେମି ଅଟୋମେଟିକ୍‌ ଡ୍ରାଇଭିଂ ସିଷ୍ଟମ ଉପରେ ପ୍ରଶ୍ନ ଉଠିଛି।  ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଟେସଲା।  ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ ପୁରା ସ୍ୱୟଂଚାଳିତ ନୁହେଁ, ଗାଡିର ଗତିବିଧି ଉପରେ ପ୍ରତ୍ୟକ୍ଷ  ନଜର ରଖିବାକୁ ପଡିବ ବୋଲି ଟେସ୍‌ଲା କହିଛି।

The post ଜଳିଗଲା ବିନା ଡ୍ରାଇଭର୍‌ରେ ଚାଲୁଥିବା କାର୍‌, ୨ ମୃତ appeared first on Odisha Reporter.



from Odisha Reporter https://ift.tt/3tyzBft

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages