ଆଜି ରୁକୁଣା ରଥଯାତ୍ରା, ୧୪୪ ଧାରା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 19, 2021

ଆଜି ରୁକୁଣା ରଥଯାତ୍ରା, ୧୪୪ ଧାରା ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଏହି ରଥଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି। ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି।

ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୁଲିସ୍ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ଦିନ ୧୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ହେବ। ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପୁଲିସ୍ କମିଶନର କହିଛନ୍ତି।

କମିଶନରେଟ୍‌ ପୁଲିସ୍ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି, ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଧାରା ଲଗାଯାଇଛି। କେବଳ କୋଭିଡ୍ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିବ। ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତରେ ବି ଲୋକେ ଜମା ହୋଇପାରିବେ ନାହିଁ।

ରୁକୁଣା ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୫୦ ଅଫିସର ମୁତୟନ ହେବେ। ଗତକାଲି ରଥ ସହିତ ରଥ ଗଡ଼ିବାକୁ ଥିବା ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ କରୋନା ଯୋଗୁ ରୁକୁଣା ରଥଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା।

The post ଆଜି ରୁକୁଣା ରଥଯାତ୍ରା, ୧୪୪ ଧାରା ଜାରି appeared first on Odisha Reporter.



from Odisha Reporter https://ift.tt/3aoARKC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages