କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି ରାଜ୍ୟ ସରକାର। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ବିରତ ରଖିବାକୁ ଆବେଦନରେ ଅନୁରୋଧ କରାଯାଇଛି । ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ କୋର୍ଟ ଅବମାନନା ମାମଲା ଲାଗି ଆବେଦନ ହୋଇଛି। କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟର ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଜି କୋଟିଆରେ ନିର୍ବାଚନ କରିବା ଆଶଙ୍କା ରହିଛି ।

ପୂର୍ବରୁ କୋଟିଆରେ ନିର୍ବାଚନ କରିବା ଉପରେ ଆନ୍ଧ୍ର ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ସ୍ଥଗିତାଦେଶ ଦେଇଥିଲେ । ଏହାପରେ ଗତକାଲି ୩ ଜଣିଆ ଖଣ୍ଡପୀଠ ଏହି ରାୟକୁ ରଦ୍ଦ କରିଥିଲେ। ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ କୋଟିଆରେ ଆଜି ଭୋଟ ଗ୍ରହଣ ହେବ । କିନ୍ତୁ ଗଣତି ହେବନି। ଆସନ୍ତା ୧୦ରେ ହେବାକୁ ଥିବା ଗଣତି ପରବର୍ତ୍ତୀ ଆଦେଶ ଯାଏ ବାତିଲ କରାଯାଇଛି । ତେବେ ସମ୍ଭାବ୍ୟ ପଞ୍ଚାୟତ ନିର୍ବାଚନକୁ ଦେଖି ସେଠାରେ ଜଗି ରହିଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜ଼ିଲ୍ଲା ପରିଷଦ ର୍ନିବାଚନ କରୁଥିବା ଆଶଙ୍କା କରି ଏହାର ପ୍ରତିବାଦରେ ସମସ୍ତେ ଏକାଠି ହୋଇଛନ୍ତି । ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡିଶା-ଆନ୍ଧ୍ର ସୀମାରେ ରାସ୍ତା ଅବରୋଧ କରିଛନ୍ତି।

ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି । ଅପରପକ୍ଷେ ଗତକାଲି ଅପରାହ୍ନ ୫ଟାରୁ ଆସନ୍ତା ୯ ତାରିଖ ଯାଏଁ କୋଟିଆରେ ୧୪୪ ଧାରା ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ସୀମାନ୍ତ ଧୂଳିପଦର ଓ୍ୱାରସେମ୍ବେଇଠାରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। କୋରାପୁଟ୍ ଉପଜିଲ୍ଲାପାଳ ଓ ଏସ୍‌ପିଓଙ୍କ ସମେତ ପୁଲିସ ମୁତୟନ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୨ଟି ଗାଁରେ ୨୨ ଜଣ ନୋଡାଲ ଅଫିସରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରୋନା ସଂକ୍ରମଣ ନେଇ ସତର୍କ କରାଇବା ସହ ଜରୁରୀ ନ ଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଏପରିକି ୨ ଦିନ ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।

The post କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର appeared first on Odisha Reporter.



from Odisha Reporter https://ift.tt/2Ovm497

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages