ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବେକାବୁ ହେଉଥିବା ବେଳେ ଗତ ୨ ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ଏହା ଲଗାତର ଭାବେ ସେଞ୍ଚୁରୀ ପାର୍ କରୁଛି। ରାଜଧାନୀରେ ଉପରମୁହାଁ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଞ୍ଚ କଡ଼ାକଡ଼ି କରିଛି କମିଶନରେଟ ପୁଲିସ୍।
କମିଶନରଙ୍କ ନେତୃତ୍ୱରେ ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଗତକାଲି ଭୁବନେଶ୍ୱର ମାର୍କେଟ ବିଲଡିଂରେ ଚଢ଼ାଉ କରିଛନ୍ତି। ଏଣିକି କୋଭିଡ କଟକଣା ଆହୁରି କଡାକଡି କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ଆଗକୁ ଯେଉଁ ଲୋକ ମାସ୍କ ପିନ୍ଧିବେନି ଫାଇନ ଆଦାୟ କରାଯିବ । ଭିଡ଼ ସ୍ଥାନରେ ସାମାଜିକ ଦୂରତା ନିୟମ କଡାକଡି କରାଯିବ।
କାର୍ଯ୍ୟକ୍ରମ ଓ ବାହାଘର ଭଳି କାର୍ଯ୍ୟକ୍ରମରେ ସରକାରୀ ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଗାମୀ ଦିନରେ ମାର୍କେଟ ପ୍ଲେସ, ମଲ, ବଡ ବଡ ଦୋକାନ ଭଳି ସ୍ଥାନରେ ଚଢ଼ାଉ କରାଯିବ ବୋଲି କମିଶନରେଟ ପୁଲିସ୍ ପକ୍ଷରୁ କୁହାଯାଇଛି।
ଏନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବିଭିନ୍ନ ଜାଗାରେ କୋଭିଡ କଟକଣା ଭୟଙ୍କର ଭାବେ ଉଲ୍ଲଂଘନ କରାଯାଉଛି। ପୁଲିସ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମାସ୍କ ବାଧ୍ୟତାମୂଳକ, ବିନା ମାସ୍କରେ ଯେପରି ଲୋକ ଦେଖା ନ ଯିବେ, ସେଥିପ୍ରତି କଡ଼ା ନଜର ରଖାଯାଇଛି। ବିନା ମାସ୍କରେ ବୁଲୁଥିବା ଲୋକଙ୍କଠାରୁ ଫାଇନ୍ ଆଦାୟ କରାଯିବ। ଭିଡ଼ ଜାଗାରେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ା କାର୍ଯ୍ୟକାରୀ କରାଯିବ।
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବାରୁ ସବୁ କୋଭିଡ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ କେୟାର ସେଣ୍ଟରରେ ଶଯ୍ୟା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।
ଜିଲ୍ଲାର କୋଭିଡ ସ୍ଥିତି ନେଇ ନିୟମିତ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ଜଣେ ଘରେ ସଙ୍ଗରୋଧରେ ରହିପାରିବେ। ଘରେ ସୁବିଧା ନଥିଲେ କୋଭିଡ କେୟାର ସେଣ୍ଟରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଲମ୍ବ ଡିଆଁ ମାରି ଗତକାଲି ୭୯୧ରେ ପହଞ୍ଚିଥିଲା। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୧୮ ପଜିଟିଭ ଚିହ୍ନଟ ହୋଇଥିଲେ।
The post ସାବଧାନ! ବିନା ମାସ୍କରେ ଦେଖାଗଲେ ପଡ଼ିବ ଫାଇନ୍ appeared first on Odisha Reporter.
from Odisha Reporter https://ift.tt/3t1PJWf
No comments:
Post a Comment