ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା କୋପ ଲାଗି ରହିଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ରାଜ୍ୟବାସୀ। ଏପରି ସମୟରେ ୨ ଦିନ ହେବ ରାଜ୍ୟରୁ ଦୈନିକ ୬ ହଜାର ଉପରେ ପଜିଟିଭ ଚିହ୍ନଟ ହେଉଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟବାସୀ ଭୟଭୀତ ନ ହେବା ସହ ଆକ୍ରାନ୍ତଙ୍କ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ଉପଲବ୍ଧ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଘରୋଇ ହସ୍ପିଟାଲରେ ମୋଟ ୪, ୮୪୭ ଜେନେରାଲ ବେଡ୍ ରହିଥିବା ବେଳେ ଆଇସିୟୁ ବେଡ୍ ୧୭୧୩ ଏବଂ ୫୯୮ ଭେଣ୍ଟିଲେଟର ଉପଲବ୍ଧ ରହିଛି ।
ସେହିଭଳି ବିଭିନ୍ନ ସରକାରୀ ହସ୍ପିଟାଲରେ ୪, ୧୭୪ ବେଡ୍ ରହିଥିବା ବେଳେ ଆଇସିୟୁ ୬, ୮୪ ରହିଛି । ୫୯୮ଟି ଭେଣ୍ଟିଲେଟର ରହିଛି। ଘରୋଇ ହସ୍ପିଟାଲରେ ୬୩୭ ରୋଗୀ ଜେନେରାଲ ବେଡ୍ରେ ଚିକିତ୍ସିତ ହେଉଥିବା ବେଳେ ଆଇସିୟୁ ବ୍ୟବହାର କରୁଛନ୍ତି ୩୭୬ ଜଣ ରୋଗୀ । ୮୭ ଜଣ ରୋଗୀ ଭେଣ୍ଟିଲେଟରର ବ୍ୟବହାର କରୁଛନ୍ତି । ସରକାରୀ ହସ୍ପିଟାଲରେ ଜେନେରାଲ ବେଡରେ ୧୧୪୫, ଆଇସିୟୁରେ ୧୦୬ ଏବଂ ଭେଣ୍ଟିଲେଟରେ ୧୯ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୬,୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୬,୧୬୪ ଥିଲା। ସେହିପରି ଗତକାଲି କରୋନାରେ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୮ ଜଣ ଏହି ମହାମାରୀରେ ଆଖି ବୁଜିଛନ୍ତି।
The post ରାଜ୍ୟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ତଥାପି ଉପଲବ୍ଧ ଅଛି ପର୍ଯ୍ୟାପ୍ତ ବେଡ୍ appeared first on Odisha Reporter.
from Odisha Reporter https://ift.tt/3tWWSYk
No comments:
Post a Comment