ମହାମାରୀ ଭୟ; ମା’ ମୁହଁରେ ନିଆଁ ଦେଲାନି ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 22, 2021

ମହାମାରୀ ଭୟ; ମା’ ମୁହଁରେ ନିଆଁ ଦେଲାନି ପୁଅ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମହାମାରୀ ଭୟରେ ମା’ ମୁହଁରେ ନିଆଁ ଦେବାକୁ ମନା କଲା ବଡ଼ ପୁଅ। ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ । ସାରା ଜୀବନ ଅଳି ଅଝଟ ସହି  କୋଳେଇ କୋଖେଇ ବଡ଼ କରିଥିବା ମା’କୁ  ଶେଷ ସମୟରେ ଛୁଇଁଲା ନାହିଁ  ପୁଅ। ଏପରିକି ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା କରିଦେଲା।

କରୋନା ସନ୍ଦେହରେ ମା’କୁ ହତାଦାର କରିଥିବା ପୁଅ ମନରେ କିନ୍ତୁ ଏଥିପାଇଁ ଟିକେ ବି ଅନଶୋଚନା ନାହିଁ।  ବଡ଼ ପୁଅ ବଞ୍ଚି  ଥାଉ ଥାଉ ମା’ ମୁହଁରେ ନିଆଁ ଦେବାକୁ ମନା କରିବାରୁ ସାନ ପୁଅ କିଛି ସ୍ୱେଚ୍ଛାସେବୀଙ୍କ ସହାୟତରେ ମା’ର ଶେଷକୃତ ସମ୍ପନ୍ନ କରିଛି। ଏପରି ଅମାନବୀୟ, ହୃଦୟ ବିଦାରକ ଘଟଣା ସମ୍ବଲପୁର ଚିପିଲିମାରେ ଘଟିଛି।

ସମ୍ବଲପୁର ଚିପିଲିମା ଅଞ୍ଚଳର ଜଣେ ମହିଳା କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିଲେ। ଏହାପରେ ସେ ଆଖି ବୁଜିଲେ। ହେଲେ ମୃତ୍ୟୁ ପରେ ମୁହଁ ମୋଡ଼ି ଦେଲା ବଡ଼ପୁଅ ।  ମହିଳାଙ୍କ ମୃତଦେହକୁ  ଛୁଇଁଲାନି ତାଙ୍କ ବଡ଼ ପୁଅ । ସଂକ୍ରମଣ ଆଶଙ୍କାରେ ମା’ଠୁ ଦୂରେଇ ଗଲା ପୁଅ। ନିଜ ପୁଅ ଦୂରେଇ ଯିବାରୁ ସାହିପଡ଼ିଶା ବି ଅନାଇଲେ ନାହିଁ। ଫଳରେ ମୃତଦେହ ଉଠାଇବାକୁ ଚାରି କାନ୍ଧ ମିଳିଲା ହିଁ। ଶେଷରେ ମରିବା ପରେ ମା’ର ମୃତଦେହ ହତାଦାର ହେଉଥିବା ଦେଖି ସହିପାରିଲାନି ସାନ ପୁଅ। ଏହାପରେ କିଛି ସ୍ୱେଚ୍ଛାସେବୀଙ୍କ ଏକ ଟ୍ରଲିରେ ମୃତଦେହକୁ ଶ୍ମଶାନ ନେବାକୁ ପଡ଼ିଲା।  ସେଠାରେ ମା’ଙ୍କ ଶବକୁ ଅନ୍ତିମ ସତ୍କାର କରିଛି  ସାନ ପୁଅ ।

The post ମହାମାରୀ ଭୟ; ମା’ ମୁହଁରେ ନିଆଁ ଦେଲାନି ପୁଅ appeared first on Odisha Reporter.



from Odisha Reporter https://ift.tt/3gwAcua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages