ମଉକା ଦେଖି ଖସିଗଲେ ମହିଳା କରୋନା ରୋଗୀ, ଧରା ପଡ଼ିବାରୁ କାମୁଡ଼ି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

ମଉକା ଦେଖି ଖସିଗଲେ ମହିଳା କରୋନା ରୋଗୀ, ଧରା ପଡ଼ିବାରୁ କାମୁଡ଼ି ଦେଲେ

କଟକ(ଓଡ଼ିଶା ରିପୋର୍ଟର): ମୁଁ ମରିଯିବି, ଫାଶି ଦେଇଦେବି, ହେଲେ କୋଭିଡ ସେଣ୍ଟରକୁ ଯିବିନି। କୋଭିଡ ସେଣ୍ଟର ଭିତରକୁ ନ ଯିବାକୁ ପ୍ରାଣପଣେ ଉଦ୍ୟମ କରିଥିବା ଜଣେ ମହିଳା କରୋନା ରୋଗୀ ଶେଷରେ ମଉକା ଦେଖି ଚମ୍ପଟ ମାରିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ବାଲିକୁଦା ଅଞ୍ଚଳରେ ।

ସମ୍ପୃକ୍ତ ମହିଳାଙ୍କୁ ସେଣ୍ଟରର କିଛି କର୍ମଚାରୀ କାବୁ କରିବାକୁ ଚେଷ୍ଟା କଲା ବେଳେ ସେ ଜଣଙ୍କୁ କାମୁଡ଼ି ଦେଇଥିବା ଜଣାଯାଇଛି। ତେଣୁ  ହାତଗୋଡ଼ ବାନ୍ଧି ତାଙ୍କୁ ସେଣ୍ଟରରେ ରଖାଯାଇଛି।

ଗତ ଦୁଇ ଦିନ ତଳେ ହିଁ ବାଲିକୁଦାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି ନୂତନ କୋଭିଡ୍ କେୟାର ସେଣ୍ଟର ।  ଅଭିଯୋଗ ଅନୁସାରେ, ଗତକାଲି ମହିଳାଜଣଙ୍କ  କରୋନା ଚିହ୍ନଟ ହେବା ପରେ ତାଙ୍କୁ ସେଠାକୁ ଚିକିତ୍ସା କରିବାକୁ ଅଣାଯାଇଥିଲା । ତେବେ ଅଚାନକ୍ ଗତକାଲି ରାତିରେ ସେ ସୁରକ୍ଷାକର୍ମୀଙ୍କୁ ଚକମା  ଦେଇ ସେଠୁ ଖସି ପଳାଇଥିଲେ।

ଏକଥା ପ୍ରଘଟ ହେବା ପରେ ସୁରକ୍ଷାକର୍ମୀ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ।  ବାଲିକୁଦା ରାସ୍ତାରେ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ କର୍ମଚାରୀଙ୍କୁ କାମୁଡ଼ିବାକୁ ପଛାଇ ନ ଥିଲେ। ପରେ ହାତଗୋଡ଼ ବାନ୍ଧି ତାଙ୍କୁ କୋଭିଡ ସେଣ୍ଟରକୁ ନିଆଯାଇଛି ।

ଏନେଇ ସେଣ୍ଟରର ଜଣେ କର୍ମଚାରୀ କହିଛନ୍ତି, ମହିଳା ଜଣକ କୋଭିଡ କୋଭିଡ କେୟାର ସେଣ୍ଟର ଆସିବାକୁ ଚାହୁଁ ନ ଥିଲେ। ତାଙ୍କୁ ବୁଝାସୁଝା କରି ଏଠାକୁ ଅଣାଯାଇଥିଲା। ପୂର୍ବଦିନ ରାତିରେ ରୁଟି, ଡାଲମା, ମିଠା ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳେ ପାଖ ଗାଁକୁ ଖସି ପଳାଇଥିଲେ। ଏପରିକି ଧରାପଡ଼ିବା ପରେ ମଧ୍ୟ ସେ କୋଭିଡ କେନ୍ଦ୍ରକୁ ଯିବାକୁ ରାଜି ହୋଇ ନ ଥିଲେ। ମରିଯିବି ପଛେ କୋଭିଡ କେନ୍ଦ୍ରକୁ ଯିବି ନାହିଁ ବୋଲି ଅଡି ବସିଥିଲେ।  ତାଙ୍କୁ ଧରିବାକୁ ଯିବା ବେଳେ ଆମ କର୍ମଚାରୀଙ୍କୁ କାମୁଡ଼ି ଦେବାରୁ ତାଙ୍କ ହାତଗୋଡ଼ ବାନ୍ଧି ଦିଆଯାଇଛି।

ଘଟଣାର ତଦନ୍ତ ହେବା ସହ କିପରି ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

The post ମଉକା ଦେଖି ଖସିଗଲେ ମହିଳା କରୋନା ରୋଗୀ, ଧରା ପଡ଼ିବାରୁ କାମୁଡ଼ି ଦେଲେ appeared first on Odisha Reporter.



from Odisha Reporter https://ift.tt/3xu6jRs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages