୪ର୍ଥ ସ୍ୱାମୀର ଗୁଳିମାଡ଼ରେ ୮ ମାସ ଗର୍ଭବତୀ ଥିବା ‘ଡ୍ରଗ କ୍ୱିନ’ ମୃତ, ସିସିଟିଭିରେ କଏଦ ପୂରା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 28, 2021

୪ର୍ଥ ସ୍ୱାମୀର ଗୁଳିମାଡ଼ରେ ୮ ମାସ ଗର୍ଭବତୀ ଥିବା ‘ଡ୍ରଗ କ୍ୱିନ’ ମୃତ, ସିସିଟିଭିରେ କଏଦ ପୂରା ଦୃଶ୍ୟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ସର୍ବସମ୍ମୁଖରେ ଏକାଧିକ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ରେ ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଲେ ୨୯ ବର୍ଷୀୟ ସାଇନା। ସାଇନା ହେଉଛନ୍ତି ରାଜଧାନୀରେ ଚାଲିଥିବା ଡ୍ରଗ୍ସ କାରବାର ରାଣୀ ମହୁମାଛି।

ସେ ଡ୍ରଗ କ୍ୱିନ ଭାବେ ପରିଚିତ। ଡ୍ରଗ୍ସ କାରବାର ପାଇଁ ସେ ଅନେକ ଥର ଜେଲ୍‌ ମଧ୍ୟ ଯାଇଛନ୍ତି। ହେଲେ ଏଥର ସାଇନାଙ୍କୁ ତାଙ୍କ ୪ର୍ଥ ସ୍ୱାମୀ ଗୁଳି କରି ସବୁଦିନ ପାଇଁ ଏ ଦୁନିଆରୁ ବାଦାୟ ଦେଇଛନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ଘରର ଚାକର ସବୁ ପ୍ରକାରର ଉଦ୍ୟମ କରିଥିଲେ। ହେଲେ ସେ ମଧ୍ୟ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ସାଇନାଙ୍କ ୪ର୍ଥ ସ୍ୱାମୀ ୱାସିମଙ୍କ ଏହି ଗୁଳିମାଡ଼ ଓ ହତ୍ୟା ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି।

ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଅଞ୍ଚଳରେ ମଙ୍ଗଳବାର ପ୍ରାୟ ୧୦.୩୦ରେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ର ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳକୁ ସାଇନା ପ୍ରାଣ ହରାଇ ସାରିଥିଲେ। ପୁଲିସ୍‌ ଗୁଳିମାଡ଼ରେ ଆହତ ସାଇନାଙ୍କ ଚାକରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି।

ସିସିଟିଭି ଅନୁଯାୟୀ, ୱାସିମ ଏକାଧିକ ଗୁଳି ସାଇନାଙ୍କ ଉପରକୁ ମାଡ଼ କରୁଛନ୍ତି। ଗୁଳିମାଡ଼କୁ ରୋକିବା ପାଇଁ ସାଇନାଙ୍କ ଚାକର ଯେତେବେଳେ ଉଦ୍ୟମ କରୁଛନ୍ତି ସେତେବେଳେ ୱାସିମ ତାଙ୍କୁ ମଧ୍ୟ ଗୁଳିମାଡ଼ କରିଥିଲେ। ଉଭୟ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶେଷରେ ପଡ଼ି ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ସାଇନା ବର୍ଷକ ତଳେ ୱାସିମଙ୍କୁ ବିବାହ କରିଥିଲେ। ସେ ତାଙ୍କର ୪ର୍ଥ ସ୍ୱାମୀ। ବାହାରଘର ପରେ ଡ୍ରଗ୍ସ ଡିଲ୍‌ ଘଟଣାରେ ସାଇନା ଗିରଫ ହୋଇଥିଲେ। ତେବେ ସେ ୮ ମାସର ଗର୍ଭବତୀ ଥିବାରୁ କିଛି ଦିନ ତଳେ ତାଙ୍କୁ ଜାମିନ ମିଳିଥିଲା। ସାଇନାଙ୍କ ଦୁଇ ପୂର୍ବତନ ସ୍ୱାମୀ ତାଙ୍କ ସହ ସବୁ ସମ୍ପର୍କ ତୁଟାଇ ବାଂଲାଦେଶ ଚାଲି ଯାଇଛନ୍ତି।

ସେ ତୃତୀୟ ବିବାହ ଡ୍ରଗ ଡିଲର ଶରାଫତ ଶେଖ ସହ କରିଥିଲେ। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶେଖ ‘ଡ୍ରଗ ଲର୍ଡ’ ଭାବେ ଜଣାଶୁଣା। ଗ୍ୟାଙ୍ଗଷ୍ଟର ଓ ଡ୍ରଗ ଡିଲର ଶେଖକୁ ପୁଲିସ୍‌ ଏନଡିପିଏସ୍‌ ଆକ୍ଟରେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ରହିଛି। ଶେଷରେ ସାଇନା ୪ର୍ଥ ବିବାହ ୱାସିମଙ୍କ ସହ କରିଥିଲେ।

ସାଇନା ଗିରଫ ହେବା ପରେ ୱାସିମ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ଉକ୍ତ ଯୁବତୀ ହେଉଛନ୍ତି ସାଇନାଙ୍କ ଭଉଣୀ ରେହାନା। ସାଇନା ଜାମିନରେ ଆସିବାରୁ ୱାସିମ ଓ ରେହାନାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଉଭୟ ସାଇନା ଓ ରେହାନାଙ୍କ ସହ ୱାସିମଙ୍କର ଏହାକୁ ନେଇ ପାଟିତୁଣ୍ଡ ଚାଲିଥିଲା।

ଶେଷରେ ସାଇନାଙ୍କୁ ବାଟରୁ ହଟାଇ ସେ ରେହାନାଙ୍କ ସହ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ସାଇନାଙ୍କୁ ହତ୍ୟା କରିବା ପାଇଁ ୱାସିମ ଦୁଇଟି ପିସ୍ତଲ ଆଣିଥିଲେ। ଯୋଜନା ମୁତାବକ ସାଇନାଙ୍କ ଘର ପାଖରେ ପହଞ୍ଚିବା ପରେ ୱାସିମ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଏକାଧିକ ରାଉଣ୍ଡ ଗୁଳି ମାଡ଼ରେ ସାଇନା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ଘଟଣା ପରେ ୱାସିମ ଦୁଇଟି ଯାକ ବନ୍ଧୁକ ସହ ନିଜାମୁଦ୍ଦିନ ପୁଲିସ୍‌ ଷ୍ଟେସନ ଯାଇ ଆତ୍ମସମର୍ପଣ କରିଥିଲେ। ୱାସିମ ନାଁରେ ପୂର୍ବରୁ କୌଣସି କେସ୍‌ ନାହିଁ। ଏବେ ପୁଲିସ୍‌ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

The post ୪ର୍ଥ ସ୍ୱାମୀର ଗୁଳିମାଡ଼ରେ ୮ ମାସ ଗର୍ଭବତୀ ଥିବା ‘ଡ୍ରଗ କ୍ୱିନ’ ମୃତ, ସିସିଟିଭିରେ କଏଦ ପୂରା ଦୃଶ୍ୟ appeared first on Odisha Reporter.



from Odisha Reporter https://ift.tt/3vqMCIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages