‘ସୁପର ଓଭର’ରେ ଜବରଦସ୍ତ ମ୍ୟାଚ, ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

‘ସୁପର ଓଭର’ରେ ଜବରଦସ୍ତ ମ୍ୟାଚ, ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ଚେନ୍ନାଇ: ଚଳିତ ଆଇପିଏଲର ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ଏପ୍ରିଲ ୨୫ରେ ଖେଳାଯାଇଥିବା ସନ୍ ରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚରେ। ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ। ଚଳିତ ସିଜନରେ ଅନେକ ମ୍ୟାଚରେ ଅନ୍ତିମ ବଲ ଯାଏ ଖେଳ ଯାଇଛି। କିନ୍ତୁ ରବିବାର ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସୁପର ଓଭରରେ ମ୍ୟାଚର ବିଜେତା ଘୋଷଣା ହୋଇଛି।

ଉଭୟ ଦଳ ନିର୍ଦ୍ଧାରିତ ୨୦-୨୦ ଓଭର ଖେଳି ସମାନ ରନ୍ କରିଥିଲେ। ରନ୍ ସମାନ ଥିବାରୁ ସୁପର ଓଭର ଖେଳାଯାଇଥିଲା। ତେଣୁ ଆଉ ଏକ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବାଜି ମାରି ନେଇଛି।

ଦିଲ୍ଲୀ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ୪ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ଦଳ ପକ୍ଷରୁ ପ୍ରୀତି ଖାଁ ସର୍ବାଧିକ ୫୩ ରନ୍ କରିଥିଲେ। ହେଲେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ କଡ଼ା ଜବାବ ଦେଇଥିଲା। ଦଳ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସ ଚଳିତ ସିଜନରେ ପ୍ରଥମ ମ୍ୟାଚ୍ ଖେଳି ଚମତ୍କାର ଇନିଂସ ଖେଳିଥିଲେ। ସେ ୫୧ ବଲରେ ଅପରାଜିତ ୬୬ ରନ୍ କରି ଫାଇନାଲ ଓଭର ଯାଏ ଦଳକୁ ନେଇଥିଲେ।

ସୁପର ଓଭର ପୂର୍ବରୁ ୧୯ ଓଭରରେ ୬ଟି ବଲରେ ୧୬ ରନ୍ ଆବଶ୍ୟକ ଥିଲା। ଯେଉଁଥିରେ ହାଇଦ୍ରାବାଦ ପକ୍ଷରୁ ୱିଲିୟମସନ ଏବଂ ସୁଚିତ ମିଶି  ୧୫ ରନ୍ କରିଥିଲେ। ସୁପର ଓଭରରେ ଦିଲ୍ଲୀ ପକ୍ଷରୁ ବୋଲିଂ କରିଥିଲେ ନିକଟରେ କୋଭିଡରୁ ସୁସ୍ଥ ହୋଇ ଆସିଥିବା ଅକ୍ଷର ପଟେଲ। ସେ ଦୁଇଟି ୱିକେଟ୍ ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଏବଂ ୱିଲିୟମସନ ଏକାଠି ସାତ ରନ୍ ସଂଗ୍ରହ କରିଥିଲେ। ଶେଷ ବଲରେ ଏକ ରନ୍ ନେଇଥିଲେ। ନଚେତ୍ ଏହା ଆଠ ରନ୍ ହୋଇଥାନ୍ତା। ଆଉ ହାଇଦ୍ରାବାଦ ମ୍ୟାଚ ଜାତିପାରିଥାନ୍ତା।

ହେଲେ ଏହାପରେ ସୁପର ଓଭର ଖେଳାଯାଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୭ରନ୍ କରିଥିଲା। ଆଉ ଦିଲ୍ଲୀକୁ ଜିତିବା ପାଇଁ ୮ ରନ୍ ଦରକାର ଥିଲା। ଦିଲ୍ଲୀ ପକ୍ଷରୁ ସେମିତି ବଡ ଛକା ଓ ଚୌକା ମାରିପାରିନଥିଲେ। ୧ ରନ୍ ନେଇ ଲେଖାଏଁ ନେଇ ଦଳକୁ ଶେଷ ବଲରେ ବିଜୟୀ କରାଇଥିଲେ କ୍ୟାପଟେନ ପନ୍ତ ଏବଂ ଧାଓ୍ୱନ।

ଏବେ ଦିଲ୍ଲୀ ୫ଟି ମ୍ୟାଚରେ ଚତୁର୍ଥ ମ୍ୟାଚ୍ ଜିତି ୮ ପଏଣ୍ଟ ପୂରଣ କରିଛି। ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଦିଲ୍ଲୀ। ସେହିପରି ସନରାଇଜର୍ସ ହାଇଦ୍ରାବାଦ ୫ଟି ମ୍ୟାଚ ଖେଳି ଚତୁର୍ଥ ଥର ପାଇଁ ହାରିଛି। ସେ କେବଳ ଗୋଟିଏ ବିଜୟ ହୋଇ ୨ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି।

The post ‘ସୁପର ଓଭର’ରେ ଜବରଦସ୍ତ ମ୍ୟାଚ, ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ appeared first on Odisha Reporter.



from Odisha Reporter https://ift.tt/3ve1g5u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages