ଉପରମୁହାଁ କରୋନା, ସୀମା ସିଲ୍‌ କଲା ଏହି ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ଉପରମୁହାଁ କରୋନା, ସୀମା ସିଲ୍‌ କଲା ଏହି ରାଜ୍ୟ

ଅହମ୍ମଦାବାଦ: ଦେଶରେ ଉପରମୁହାଁ ରହିଛି କରୋନା ଗ୍ରାଫ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ସେହିପରି ଗୁଜରାଟରେ ମଧ୍ୟ ସଂକ୍ରମିତ ମାମଲା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପୁଣିଥରେ ପୂର୍ବଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି। କରୋନାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ଥାନ-ଗୁଜରାଟର ସମସ୍ତ ସୀମା ସିଲ୍‌ କରାଯାଇଛି।

ଗୁଜରାଟ ପୁଲିସ ସୀମାରେ ପ୍ରବେଶ ଉପରେ କଡାକଡି ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଲିସ ରାଜ୍ୟ ସୀମାରେ ନାକାବନ୍ଦୀ କରୁଛି। ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ରତନପୁର, ମାଣ୍ଡଲି, ଉଡାବା ସୀମାକୁ ପୁଲିସ ସିଲ କରିଦେଇଛି।ସୀମା ଦେଇ ଯାଉଥିବା ଗାଡି ଓ ଯାତ୍ରା କରୁଥିବା ଯାତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଅଥବା ଭ୍ୟାକସିନ ସାର୍ଟିଫିକେଟ ଯାଞ୍ଚ କରି ଗୁଜରାଟ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି।

ଗୁଜରାଟ ପୁଲିସ ଯାତ୍ରୀଙ୍କ ୭୨ ଘଣ୍ଟାର ଆରଟି-ପିସିଆର ରିପୋର୍ଟ ଯାଞ୍ଚ କରୁଛି। ରାଜସ୍ଥାନରୁ ଯାଉଥିବା ମାଲବାହୀ ଗାଡି ବା ଟ୍ରାନ୍ସପୋର୍ଟ ସମ୍ବନ୍ଧୀୟ ଗାଡି ମଧ୍ୟ ବିନା ରିପୋର୍ଟରେ ପ୍ରବେଶ କରିବାକୁ ଦିଆଯାଉନାହିଁ।  ରିପୋର୍ଟ ଦେଖାଇ ପାରୁନଥିବା ଯାତ୍ରୀଙ୍କୁ ଫେରାଇ ଦିଆଯାଉଛି। ଫଳରେ ରାଜସ୍ଥାନରୁ ନିଜ ଘରକୁ ଫେରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେହିପରି କରୋନା ଜନିତ ମୃତ୍ୟୁ ମାମଲା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ରାଜ୍ୟ ଏଭଳି ସତର୍କତା ଅବଲମ୍ବନ କରିଛନ୍ତି।

The post ଉପରମୁହାଁ କରୋନା, ସୀମା ସିଲ୍‌ କଲା ଏହି ରାଜ୍ୟ appeared first on Odisha Reporter.



from Odisha Reporter https://ift.tt/2PNwi54

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages