ନିର୍ବାଚନ ପରେ ଇଭିଏମ୍‌ ନେଇଗଲେ ବିଜେପି ପ୍ରାର୍ଥୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ନିର୍ବାଚନ ପରେ ଇଭିଏମ୍‌ ନେଇଗଲେ ବିଜେପି ପ୍ରାର୍ଥୀ!

ନୂଆଦିଲ୍ଲୀ: କାର୍‌ରେ ଇଭିଏମ୍‌ ନେଇଗଲେ ବିଜେପି ପ୍ରାର୍ଥୀ। ଏଭଳି ଏକ ଅଭିଯୋଗ ଆସିଛି ଆସାମରୁ। ଗୁରୁବାର ଦିନ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବାର କିଛି ଘଣ୍ଟାପରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ପଥରକଣ୍ଡିର ବିଜେପି ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ ବୋଲୋରୋ‌ରେ ଇଭିଏମ୍‌ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ବିବାଦ ଉପୁଜିଛି।

ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ନିର୍ବାଚନ କମିଶନ। ଆସାମର କରିମଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ବାତିଲ କରାଯାଇଛି। ଏହା ବ୍ୟତୀତ ନିର୍ବାଚନ ଆୟୋଗ ଏହି ବୁଥରେ ନିର୍ବାଚନ ସହ ଜଡିତ ଚାରିଜଣ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି।

ଗୁରୁବାର ନିର୍ବାଚନ ସମୟରେ କାରର ଭିଡିଓ ଭାଇରାଲ ହେବା ପରେ ହିଂସା ବ୍ୟାପି ଯାଇଥିଲା। ଦାବି କରାଯାଉଛି ଯେ ଉକ୍ତ କାରଟି ବିଜେପି ବିଧାୟକ କୃଷ୍ଣେନ୍ଦୁ ପାଲଙ୍କ ପତ୍ନୀଙ୍କର ଅଟେ। ତେବେ ପ୍ରକୃତରେ ଏହି କାର୍‌ଟି କାହାର ସେନେଇ ନିର୍ବାଚନ ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ବିରୋଧୀମାନେ ତୀବ୍ର ବିରୋଧ କରିଛନ୍ତି।  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ କମିଶନ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଷ୍ଟ୍ରୀୟ ଦଳଙ୍କ ଦ୍ୱାରା ଇଭିଏମ ଉପଯୋଗର ପୁନଃମୂଲ୍ୟାଙ୍କନ କରାଯିବ ଉଚିତ। ପ୍ରିୟଙ୍କା କହିଛନ୍ତି ଯେ ଯେଉଁମାନେ ବିଜେପିର ପର୍ଦାଫାଶ କରିଛନ୍ତି ସେମାନଙ୍କ ଉପରେ ଆରୋପ ଲଗାଇବାକୁ ବିଜେପି ନିଜର ମିଡ଼ିଆ ତନ୍ତ୍ର ଉପଯୋଗ କରିଥାଏ।

ସୂଚନାଯୋଗ୍ୟ ଯେ, ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଦିନ ଆସାମରେ ୭୭.୨୧ ପ୍ରତିଶତ ମତଦାନ ହୋଇଛି।

The post ନିର୍ବାଚନ ପରେ ଇଭିଏମ୍‌ ନେଇଗଲେ ବିଜେପି ପ୍ରାର୍ଥୀ! appeared first on Odisha Reporter.



from Odisha Reporter https://ift.tt/2PqvcMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages