ସିରିଆରେ ମିସାଇଲ ମାଡ଼ କଲା ଇସ୍ରାଏଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ସିରିଆରେ ମିସାଇଲ ମାଡ଼ କଲା ଇସ୍ରାଏଲ

ଜେରୁଜଲମ: ସିରିଆର ରାଜଧାନୀ ଦମିଶକରେ ମିସାଇଲ ମାଡ଼ କରିଛି ଇସ୍ରାଏଲ। ଦମିଶକରେ ଥିବା ଦକ୍ଷିଣ ଉପନଗରରେ ମିସାଇଲ ମାଡ଼ ହୋଇଥିବା ସୂଚନା ରହିଛି। ଏହି ମିସାଇଇ ଆକ୍ରମଣରେ ସିରିଆର ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ସିରିଆର ସରକାରୀ ମିଡିଆରୁ ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ସିରିଆର ଏୟାର ଡିଫେନ୍ସ ମିସାଇଲ ଜରିଆରେ ଇସ୍ରାଏଲକୁ ଟାର୍ଗେଟ କରିବାକୁ ଯାଉଥିଲା। ହେଲେ ଏହା ପୂର୍ବରୁ ଇସ୍ରାଏଲ ମିସାଇଲ ଅତର୍କିତ ଆକ୍ରମଣ କରିଛି।

ବ୍ରିଟେନରେ ଥିବା ସିରିଆର ହ୍ୟୁମାନ ରାଇଟସ ପର୍ଯ୍ୟବେକ୍ଷକ ମଧ୍ୟ ଇସ୍ରାଏଲ ଦଶମିକରେ ମିଶାଇଲ ଆକ୍ରମଣ କରିଥିବା କଥା ସ୍ୱୀକାର କରିଛି। ଏହି ସଂସ୍ଥା ସିରିଆରେ ହେଉଥିବା ଯୁଦ୍ଧ ଏବଂ ଅପରାଧ ବାବଦରେ ନଜର ରଖେ। ଖବର ସରବରାହ ସଂସ୍ଥା ସନାର ରିପୋର୍ଟ ଅନୁଯାୟୀ ଇସ୍ରାଏଲ ନିଜର ଫାଇଟର ପ୍ଲେନ୍ ଜରିଆରେ ଏହି ଆକ୍ରମଣ କରିଛି। ପଡେ଼ାଶୀ ଲେବାନନ ଉପର ଦେଇ ଇସ୍ରାଏଲର ଏହି ଫାଇଟର ପ୍ଲେନ୍ ସିରିଆରେ ଆକ୍ରମଣ କରିଥିବା ସୂଚନା ରହିଛି।

ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଅଲ ମନାର ଟିଭି ରିପୋର୍ଟ ଅନୁଯାୟୀ ଲେବାନନ-ସିରିଆ ସୀମା ନିକଟରେ ସିରିଆ ଏୟାର ଡିଫେନ୍ସର ଗୋଟିଏ କ୍ଷେପଣାସ୍ତ୍ର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣର ଶବ୍ଦ ଦକ୍ଷିଣ ଲେବାନନର କିଛି ଅଞ୍ଚଳରେ ଶୁଣିବାକୁ ମିଳିଛି। କ୍ଷେପଣାସ୍ତ୍ରଟି ଲେବାନନର ସୀମାନ୍ତ ଗାଁ ହାଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଇସ୍ରାଏଲ ନିଜର ଉତ୍ତର ସୀମରେ ଥିବା ଇରାନର କାର୍ଯ୍ୟକଳାପକୁ ବିପଦ ବୋଲି ବିବେଚନା କରେ। ଆଉ ଏହି କାରଣ ପାଇଁ ଇରାନ ସହ ଜଡିତ ସାମରିକ ବେସ ଏବଂ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟରେ ରଖିଥାଏ ଇସ୍ରାଏଲ।

ସୂଚନାଯୋଗ୍ୟ, ଲେବାନନର ହିଜବୁଲ କ୍ରମାଗତ ଭାବରେ ଇରାନକୁ ସମର୍ଥନ କରୁଛି। ତେଣୁ ଇସ୍ରାଏଲ ସମେତ କିଛି ଦେଶ ଇରାନ ଏବଂ ସିରିଆକୁ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରୁଛି।

The post ସିରିଆରେ ମିସାଇଲ ମାଡ଼ କଲା ଇସ୍ରାଏଲ appeared first on Odisha Reporter.



from Odisha Reporter https://ift.tt/2PATio9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages