ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ପଞ୍ଚାୟତର ବାଗଡା ଗ୍ରାମର ହରିଜନ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ପରିବାରର ଘର ଭସ୍ମୀଭୂତ ହୋଇଛି।

ଏଥିରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି। ସୂଚନା ଅନୁଯାୟୀ ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ। ତେବେ ହଠାତ ନିଆଁ ଲାଗି ଯିବା ଦେଖି କିଛି ଲୋକ ଉଠି ଚିତ୍କାର କରିଥିଲେ। ପରେ ନିଆଁ ଲାଗିଥିବା ପରିବାରର ଲୋକେ ସୁରକ୍ଷିତ ଭାବେ ଉଠିଯାଇଥିଲେ।

ତେବେ ଅଗ୍ନିକାଣ୍ଡରେ ଦୁର୍ଲଭ ସେଠୀ , କାଳିଆ ସେଠୀ , ରବି ସେଠୀ , ଦଣ୍ଡାସି ସେଠୀ ଓ କୃଷ୍ଣ ସେଠୀଙ୍କ ଘର ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ଥିବା ଖବର ଆସି ନାହିଁ।  ବିଳମ୍ବିତ ରାତ୍ରୀରେ କୌଣସି  କାରଣରୁ ନିଆଁ ଲାଗିଥିବା କୁହାଯାଉଛି। ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ନିଆଁ ଲିଭାଇ ଥିଲେ। ଅଗ୍ନି ବିପନ୍ନ ପରିବାରଗୁଡିକ ଅତି ଗରିବ ଶ୍ରେଣୀର ହୋଇଥିରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

The post ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାର appeared first on Odisha Reporter.



from Odisha Reporter https://ift.tt/31Zl5ko

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages