କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 24, 2021

କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୩ ମୃତ

ବାଗ୍‌ଦାଦ: ଜଳିଗଲା କୋଭିଡ ହସ୍ପିଟାଲ। ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଚାଲିଗଲା ୨୩ ଜଣଙ୍କ ଜୀବନ। ଏଭଳି ଏକ ଦୁର୍ଘଟଣା ଘଟିଛି ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ। ସେଠାରେ ଥିବା ଇବନ୍‌-ଅଲ୍‌-ଖାତିବ’ ହସ୍ପିଟାଲରେ ଗତ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ମୁତାବକ, ହସ୍ପିଟାଲର `କରୋନା ଭାଇରସ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌’ରେ ଏହି ଅଗ୍ନିକାଣ୍ଡ ଘଟିଛି।  ମେଡିକାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ‘ଅକ୍ସିଜେନ୍‌ ସିଲିଣ୍ଡର୍‌ ଗଚ୍ଛିତ ରଖିବାରେ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟି ଏହି ନିଆଁ ଲାଗିଛି। ଏଥିରେ ପ୍ରାୟ ୨୩ ଜଣ ପ୍ରାଣ ହରାଇଛନ୍ତି। ୫୦ରୁ ଅଧିକ ଆହତ ହୋଇଛନ୍ତି।

ଏହି ହସ୍ପିଟାଲର ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ପ୍ରାୟ ୩୦ଜଣ ରୋଗୀ ଥିଲେ। ସେମାନଙ୍କ ପାଖରେ ତାଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁଦେଖୁ ନିଆଁ ହସ୍ପିଟାଲ୍‌ର ବିଭିନ୍ନ ମହଲାକୁ ବ୍ୟାପିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେମଟେ ହସ୍ପିଟାଲରେ ନିଆଁ ଲାଗିବା ଦେଖି କେତେକ ରୋଗୀ ଓ ସେମାନଙ୍କ ସମ୍ପର୍କିୟମାନେ ଭୟରେ ହସ୍ପିଟାଲ ଭିତରୁ ଦୌଡି ପଳାଇଛନ୍ତି।

ଇରାକୀ ରାଜଧାନୀର ଦକ୍ଷିଣପୂର୍ବ ଉପକଣ୍ଠରେ ଥିବା ଏହି ଡାକ୍ତରଖାନାରୁ ନିଆଁ ଲିଭାଇବା ନିମନ୍ତେ ଦମକଳ ବାହିନୀ ଉଦ୍ୟମ କରୁଥିବା ବେଳେ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନେ ଡାକ୍ତରଖାନାରୁ ଧାଇଁ ପଳାଉଛନ୍ତି।

୧୨୦ଜଣ ରୋଗୀ ଏବଂ ସେମାନଙ୍କ ପରିବାର ସମ୍ପର୍କୀୟଙ୍କ ମଧ୍ୟରୁ ୯୦ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ଇରାକୀ ରାଷ୍ଟ୍ରାୟତ ନ୍ୟୁଜ୍‌କୁ ‘ସିଭିଲ୍‌ ଡିଫେନ୍ସ୍‌’ କହିଛି। ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କଥା ବିଭିନ୍ନ ସୂତ୍ରରୁ ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଇରାକ୍‌ବାସୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଘଟଣାର ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗ୍‌ଦାଦ୍‌ର ରାଜ୍ୟପାଳ ମହମଦ୍‌ ଜବର୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

The post କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୩ ମୃତ appeared first on Odisha Reporter.



from Odisha Reporter https://ift.tt/3tKynh7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages